ତୁର୍କୀର ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ; ସରକାର କହିଲେ ଆତଙ୍କୀ ଆକ୍ରମଣ, ୨ ପୋଲିସ କର୍ମୀ ଆହତ

ତୁର୍କୀର ରାଜଧାନୀ ଅଙ୍କାରାରେ ରବିବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଠାରେ ସଂସଦ ନିକଟରେ ହୋଇଥିବା ବିସ୍ଫୋରଣରେ ଜଣେ ଆତଙ୍କୀ ନିଜକୁ ଉଡ଼ାଇ ଦେଇଛି। ଅନ୍ୟ ଜଣେ ଆତଙ୍କୀର ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମୃତ୍ୟୁ ଘଟିଛି।

ତୁର୍କୀର ରାଜଧାନୀ ଅଙ୍କାରାରେ ରବିବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଠାରେ ସଂସଦ ନିକଟରେ ହୋଇଥିବା ବିସ୍ଫୋରଣରେ ଜଣେ ଆତଙ୍କୀ ନିଜକୁ ଉଡ଼ାଇ ଦେଇଛି। ଅନ୍ୟ ଜଣେ ଆତଙ୍କୀର ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମୃତ୍ୟୁ ଘଟିଛି। ତୁର୍କୀ ଗୃହ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।

ଗୃହ ମନ୍ତ୍ରଣାଳୟ ମୁତାବକ, ସ୍ଥାନୀୟ ସମୟାନୁସାରେ ଏହି ଘଟଣା ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଘଟିଛି। ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରଣାଳୟର ବିଲ୍ଡିଂ ବାହାରେ ଦୁଇ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପାଲଟା ଆକ୍ରମଣରେ ଜଣଙ୍କୁ ମାରି ଦିଆଯାଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଛି।

ମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି, ରବିବାର ସକାଳେ ଏକ କମର୍ସିଆଏଲ୍‌ ଗାଡ଼ି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୁରକ୍ଷା ମହାନିର୍ଦ୍ଦେଶାଳୟର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିଥିଲା। ଏହାପରେ ସେଠାରେ ଜୋରଦାର୍‌ ବିସ୍ଫୋରଣ ହୋଇଥିଲା। ଆତଙ୍କୀ ବିସ୍ଫୋରଣରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ତେବେ ତୁର୍କୀରେ ଗ୍ରୀଷ୍ମକାଳୀନ ଅବକାଶ ସମାପ୍ତ ହେବା ପରେ ରବିବାର ସଂସଦର ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବାର ଥିଲା। କାର୍ଯ୍ୟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏଠାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପରେ ସୁରକ୍ଷା ଏବଂ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ମୁତୟନ ଥିବାବେଳେ ଅଙ୍କାରାରେ ରେଡ୍‌ ଆଲର୍ଟ ଜାରି କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.