Below header

୩ ତାରିଖ ଯାଏ ଟ୍ରେନ ଚଳାଚଳ ବନ୍ଦ, ମାଟି ଅତଡ଼ା ପଡିଥିବାରୁ ସ୍ବାଭାବିକ ହେଉନି ଚଳାଚଳ

୩ ତାରିଖ ଯାଏ ଟ୍ରେନ ଚଳାଚଳ ବନ୍ଦ। ଟ୍ରାକରେ ପଥର ଓ ମାଟି ଅତଡ଼ା ପଡିଥିବାରୁ ସ୍ବାଭାବିକ ହେଉନି ରେଳ ଚଳାଚଳ । କୋରାପୁଟ-ଜଗଦଲପୁର-କିରଣ୍ଡୁଲ ରେଳ ପଥରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଟ୍ରେନ ଚଳାଚଳ ପାଇଁ ଆହୁରି ସମୟ ଲାଗିପାରେ ।

କୋରାପୁଟ (କେନ୍ୟୁଜ): ୩ ତାରିଖ ଯାଏ ଟ୍ରେନ ଚଳାଚଳ ବନ୍ଦ। ଟ୍ରାକରେ ପଥର ଓ ମାଟି ଅତଡ଼ା ପଡିଥିବାରୁ ସ୍ବାଭାବିକ ହେଉନି ରେଳ ଚଳାଚଳ । କୋରାପୁଟ-ଜଗଦଲପୁର-କିରଣ୍ଡୁଲ ରେଳ ପଥରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଟ୍ରେନ ଚଳାଚଳ ପାଇଁ ଆହୁରି ସମୟ ଲାଗିପାରେ । ଏଥିପାଇଁ ଆସନ୍ତା ୩ ତାରିଖ ଯାଏଁ ରେଳ ଚଳାଚଳ ବନ୍ଦ ରଖାଯାଇଛି।

ଏବେ ରେଳ ପଥରୁ ମାଟି ଓ ପଥର ସଫେଇ କାମ ଜାରି ରହିଛି । ମାନବର – ଜରଟି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳ ଲାଇନରେ ମାଟି ଧସିବାରୁ ବନ୍ଦ ରହିଛି ରେଳ ଚଳାଚଳ। କୋରାପୁଟରୁ ଜଗଦଲପୁରକୁ ବନ୍ଦ ରହିଛି ରେଳ ଚଳାଚଳ। ସଫେଇ କାର୍ଯ୍ୟ ଜୋରସୋରରେ ଚାଲିଛି । ଲାଗିଛନ୍ତି ୩୬ ଟି ଜେସିବି ମେସିନ୍ ଓ ୫୦ରୁ ଅଧିକ ଟିପର । ପଥର ଫଟାଇବା ପାଇଁ ମେସିନ ମଧ୍ୟ ଲାଗିଛି । ରେଳ ଧାରଣା ଉପରେ ମାଟି ସହ ବଡ଼ବଡ଼ ପଥରଖଣ୍ଡ ଅଜାଡ଼ି ହୋଇପଡ଼ିଥିଲା। ୫ ମିଟର ଚଉଡ଼ାରେ ପ୍ରାୟ ୧୮ ମିଟର ଉଚ୍ଚର ମାଟି ପଥର ରେଳ ଲାଇନ ଉପରେ ଗଦା ହୋଇ ରହିଛି। ପ୍ରାୟ ୧୮୦ ମିଟର ଲମ୍ବର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ତାରିଖରୁ ବନ୍ଦ ରହିଛି ଟ୍ରେନ୍ ଚଳାଚଳ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.