ଦେଶ ବିଦେଶ

ବିବାହରେ ମିଳିଥିଲା ଟେଡି ବିୟର ଉପହାର; ଖୋଲୁ ଖୋଲୁ ହଠାତ୍‌ ହେଲା ଭୟଙ୍କର ବିସ୍ଫୋରଣ… ବରର ଅବସ୍ଥା ସଙ୍କଟାପନ୍ନ

ବିବାହରେ ମିଳିଥିବା ଉପହାର ଗୁଜରାଟର ଏକ ପରିବାର ପାଇଁ ଭୟଙ୍କର ପ୍ରମାଣିତ ହୋଇଛି। ବିବାହର ଗିଫ୍ଟଗୁଡ଼ିକୁ ଖୋଲିବା ସମୟରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ନବବିବାହିତ ଯୁବକଙ୍କ ସହ ତାଙ୍କ ଭଣଜା ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବରର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଏହି ଘଟଣା ରାଜ୍ୟର ନଭସାରୀ ଜିଲ୍ଲାରେ ଘଟିଛି।

ମିଳିଥିବା ସୂଚନା ମୁତାବକ, ଗତ ମେ’ ୧୨ରେ ସ୍ଥାନୀୟ ମିଠାମ୍ବରୀ ଗାଁରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ବରକନ୍ୟାଙ୍କୁ ବିଭିନ୍ନ ଉପହାର ଭେଟି ଦେଇଥିଲେ। ତେବେ ଗତକାଲି ଯେତେବେଳେ ବରକନ୍ୟା ଉପହାରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଲିବା ଆରମ୍ଭ କରିଥିଲେ, ତ ସେହି ସମୟରେ ଉପହାର ଆକାରରେ ମିଳିଥିବା ଏକ ଟେଡି ବିୟରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ବର ଓ ତାଙ୍କ ୩ ବର୍ଷର ଭଣଜା ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି।

ବିସ୍ଫୋରଣର ତୀବ୍ରତା ଏତେ ଭୟାବହ ଥିଲା ଯେ ନବବିବାହିତ ଯୁବକଙ୍କ ଆଖି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି ଏବଂ ତାଙ୍କ ବାମ ହାତର ପାପୁଲି ଛିଣ୍ଡି ଯାଇଛି। ଏତିକି ନୁହେଁ, ଏହି ବିସ୍ଫୋରଣରେ ଯୁବକଙ୍କ ଶରୀରର ଉପରି ଭାଗ ଜଳିଯାଇଛି। ଆହତ ବର ଓ ତାଙ୍କ ଭଣଜାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ବରର ଶ୍ୱଶୁର କହିଛନ୍ତି କି, ତାଙ୍କ ଝିଅ ସଲ୍‌ମାଙ୍କ ବିବାହ ମେ’ ୧୨ରେ ଲତେଶ ଗାଭିତ୍‌ଙ୍କ ସହିତ ହୋଇଥିଲା। ଏହି ସମୟରେ ସଲ୍‌ମାଙ୍କ ବଡ଼ ଭଉଣୀର ଏକ୍ସ ବୟଫ୍ରେଣ୍ଡ ଜଣେ ଆଶାକର୍ମୀଙ୍କ ହାତରେ ଟେଡି ବିୟର ଭଳି ଏକ ଇଲେକ୍ଟ୍ରୋନିକ୍ସ ଉପହାର ପଠାଇଥିଲେ। ଗତକାଲି ଯେତେବେଳେ ବିବାହରେ ମିଳିଥିବା ସମସ୍ତ ଉପହାରକୁ ଲତେଶ ଖୋଲି କି ଦେଖୁଥିଲେ, ତ ସେତେବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ତେବେ ଏହି ଘଟଣା ପରେ ଉପହାର ପଠାଇଥିବା ଏକ୍ସ ବୟଫ୍ରେଣ୍ଡ ଏବେ ସମସ୍ତଙ୍କ ସନ୍ଦେହ ଘେରକୁ ଆସିଛନ୍ତି। ପୋଲିସ ସନ୍ଦେହ କରୁଛି ଯେ ତାଙ୍କର ସଲ୍‌ମାଙ୍କ ସହିତ ମଧ୍ୟ ପୂର୍ବରୁ ପ୍ରେମ ସମ୍ବନ୍ଧ ଥିଲା। କିନ୍ତୁ ଯୁବତୀ ଅନ୍ୟ ଯୁବକଙ୍କୁ ବିବାହ କରି ନେଇଥିଲେ। ଏହି କାରଣରୁ ଏକ୍ସ ବୟଫ୍ରେଣ୍ଡ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି। ବର୍ତ୍ତମାନ ଏ ନେଇ ଥାନାରେ ଏତଲା ଦାୟର କରାଯାଇଛି। ପୀଡ଼ିତ ପରିବାରଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି।

Roshni

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

1 hour ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago