ଦେଶ ବିଦେଶ

କେବେ ଦେଖି ନଥିବେ ଏମିତି ରେଡ୍‌, ଲାଞ୍ଚ ଟଙ୍କାକୁ ଗିଳି ବାନ୍ତିକଲେ ଅଧିକାରୀ

ଲାଞ୍ଚ ଟଙ୍କା ଗିଳି ଦେଲେ, ପୁଣି ବାନ୍ତି କଲେ । ଲାଞ୍ଚ ଟଙ୍କା କେଉଁଠାରେ ଲୁଚାଇବେ ଜାଣି ନପାରି ପାଟିରେ ପୁରାଇଥିଲେ ଜଣେ ବ୍ୟକ୍ତି । ଅନେକ ଅଧିକାରୀ ଲାଞ୍ଚ ଟଙ୍କା ନିଅନ୍ତି ଏଭଳି ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସିଥାଏ । ଲାଞ୍ଚ ନେବା ସମୟରେ ପୋଲିସ ହାତରେ ମଧ୍ୟ ଧରା ପଡ଼ନ୍ତି ଏହି ଅଧିକାରୀ । କିନ୍ତୁ ଲାଞ୍ଚ ଟଙ୍କାକୁ ଗିଳିବା ଭଳି ଘଟଣା ଆପଣ ହୁଏତ ଶୁଣିନଥିବେ । ତେବେ ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଜବଲପୁର କଟନି ଠାରେ ଘଟିଛି । ରାଜସ୍ୱ ବିଭାଗର ଜଣେ କର୍ମଚାରୀ ପାଖାପାଖି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।

ଲାଞ୍ଚ ନେଇଥିବା ୫୦୦ ଟଙ୍କାର ୯ଟି ନୋଟକୁ ଚୋବାଇ ଖାଇଥେିଲେ ଉକ୍ତ ବ୍ୟକ୍ତି । ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଲୋକାୟୁକ୍ତଙ୍କ ସ୍ପେସାଲ ପୋଲିସ ଏଷ୍ଟାବିଲସମେଣ୍ଟ ଟିମ୍‌ । ପଟଓ୍ଵାରୀ ଗଜେନ୍ଦ୍ର ସିଂହ ନାମକ ଏହି ରାଜସ୍ୱ ଅଧିକାରୀ ଜଣକ ପୋଲିସକୁ ଦେଖି ଧରା ପଡ଼ିଯିବା ଭୟରେ ଲାଞ୍ଚ ଟଙ୍କାକୁ ପାଟିରେ ପୂରାଇ ଗିଳି ଦେଉଥିଲେ । ଏହି ସମୟରେ ପୋଲିସ ଗଜେନ୍ଦ୍ରଙ୍କ ପାଟିରୁ ଟଙ୍କା ବାହାର କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଗଜେନ୍ଦ୍ର ସେତେବେଳକୁ ଟଙ୍କା ଗିଳି ସାରିଥିଲେ ।

ଚନ୍ଦନ ସିଂହ ଲୋଧି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ସୋମବାର ଦିନ ଗଜେନ୍ଦ୍ର ସିଂହଙ୍କୁ ଯୋଜନା କରି ପୋଲିସ ଧରିଥିଲା । ଗଜେନ୍ଦ୍ର ତୁରନ୍ତ ଲାଞ୍ଚ ଟଙ୍କାକୁ ପାଟିର ପୂରାଇ ଗିଳିବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସ ଅଧିକାରୀ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଅନେକ ଚେଷ୍ଟା କରି ତାଙ୍କୁ ଟଙ୍କା ବାନ୍ତି କରାଇଥିଲେ । ଗଜେନ୍ଦ୍ର ସୁସ୍ଥ ଥିବା ପୋଲିସ୍‌ କହିଛି । ଗଜେନ୍ଦ୍ର ସିଂଙ୍କ ଟଙ୍କା ଚୋବାଇବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ ଗଜେନ୍ଦ୍ର ଟଙ୍କା ଚୋବାଉଥିବାର ଆପଣମାନେ ଦେଖି ପାରିବେ ।

ସୂଚନା ଅନୁସାରେ ବଡ଼ଖେରା ନିବାସୀ ଚନ୍ଦନ ଲୋଧୀ ତାଙ୍କ ଜେଜେବାପାଙ୍କ ନାମରେ ଜମି ସୀମାଙ୍କନ ପାଇଁ ଆବେଦନ କରିଥିଲେ। ଏହି କାମ ପାଇଁ ଗଜେନ୍ଦ୍ର ସିଂ ୫୦୦୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ଚନ୍ଦନ ଲୋଧି ଜବଲପୁରର ଲୋକାୟୁକ୍ତ ଏସପି ସଞ୍ଜୟ ସାହୁଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ସୋମବାର ଦିନ ଗଜେନ୍ଦ୍ର ବିଲହରିସ୍ଥିତ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେବା ମାତ୍ରେ ଲୋକାୟୁକ୍ତ ଟିମ ତାଙ୍କୁ ମାଡ଼ି ବସିଥିଲେ। ତେବେ ଟଙ୍କା ତ ମିଳି ନଥିଲା, କିନ୍ତୁ ଗଜେନ୍ଦ୍ରଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି ।

KNews Bureau

Recent Posts

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

10 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

11 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

21 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

31 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

47 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

47 mins ago