ଦେଶ ବିଦେଶ

ସୁପର ଚୋର: ୯୦ ଲକ୍ଷରେ ପ୍ଲଟ୍‌ କିଣି ଚୋରି ପାଇଁ ତିଆରି କଲେ ସୁଡ଼ଙ୍ଗ, ଡାକ୍ତରଙ୍କ ଘରୁ ଉଡ଼ାଇ ନେଲେ କୋଟିଏ ଟଙ୍କାର ଚାନ୍ଦି!

ରାଜସ୍ଥାନର ଜୟପୁରରୁ ଚୋରିର ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଶାଳୀ ନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଖବରରୁ ଜଣାପଡ଼ିଛି, ଏଠାରେ ଜଣେ ଜଣାଶୁଣା ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତର ସୁନୀତ୍‌ ସୋନି ନିଜ ଘରର ବେସ୍‌ମେଣ୍ଟରେ ଚାନ୍ଦି ଭର୍ତ୍ତି ବାକ୍ସ ରଖିଥିଲେ। କିନ୍ତୁ ଚୋରଙ୍କୁ ଏ ବିଷୟରେ କିପରି ସୁରାକ୍‌ ମିଳିଥିଲା ଏବଂ ସେମାନେ ଚୋରି କରିବା ପାଇଁ କିଭଳି ଜାଲ ବିଛାଇଥିଲେ, ତାହା ବେଶ୍‌ ଆଶ୍ଚର୍ଯ୍ୟଜନକ।

ଚୋରମାନେ ପ୍ରଥମେ ଡାକ୍ତରଙ୍କ ଘର ସଂଲଗ୍ନ ଏକ ପ୍ଲଟ୍‌କୁ ୯୦ ଲକ୍ଷ ଟଙ୍କାରେ କିଣିଥିଲେ। ଏଠାରେ କାମ କରିବା ବାହାନାରେ ସେମାନେ ୩ ମାସରେ ୧୫ ଫୁଟ୍‌ ଗଭୀର ଏବଂ ୨୦ ଫୁଟ ଲମ୍ବାର ଏକ ସୁଡ଼ଙ୍ଗ ତିଆରି କରିଥିଲେ। ଯେପରି କି, ବହୁତ ସହଜରେ ସେମାନେ ଡାକ୍ତରଙ୍କ ଘରର ବେସ୍‌ମେଣ୍ଟ ପର୍ଯ୍ୟନ୍ତ ଯାଇପାରିବେ ଏବଂ ଚାନ୍ଦି ବାକ୍ସ ଚୋରି କରିପାରିବେ।

ଡାକ୍ତର ସୋନି ୩ ମାସ ପୂର୍ବେ ହିଁ ଏହି ଚାନ୍ଦି ବାକ୍ସକୁ ନିଜ ବେସ୍‌ମେଣ୍ଟରେ ରଖିଥିଲେ। ଏବେ ଯେତେବେଳେ ସେ ବେସ୍‌ମେଣ୍ଟକୁ ଯାଇ ଚେକ୍‌ କରିଥିଲେ, ତ ତାଙ୍କର ହୋଶ୍‌ ଉଡ଼ିଯାଇଥିଲା। ଚୋରମାନେ ବାକ୍ସକୁ କଟର୍‌ରେ କାଟିଦେଇଥିଲେ। ସେଠାରେ ଦୁଇଟି ଅନ୍ୟ ବାକ୍ସ ମଧ୍ୟ ରଖାଯାଇଥିଲା, ଯାହାକି ଖାଲି ଥିଲା।

ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା। ଯଦିଓ ଚାନ୍ଦି ବାକ୍ସରେ କେତେ ଗହଣା ଥିଲା, ତା’ର କୌଣସି ତଥ୍ୟ ଡାକ୍ତର ଏ ପର୍ଯ୍ୟନ୍ତ ପୋଲିସକୁ ଦେଇନାହାନ୍ତି। ଏସିପି ରାୟ ସିଂ ବେନିଓ୍ଵାଲଙ୍କ କହିବା ହେଲା, ଏଥିରେ ୨ କିମ୍ବା ୩ରୁ ଅଧିକ ଜଣ ଲୋକ ସାମିଲ ଥିବା ନେଇ ଅନୁମାନ କରାଯାଉଛି। ଡାକ୍ତରଙ୍କ ପାଖ ଲୋକଙ୍କ ହିଁ ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି। କାହିଁକି ନା, ସେମାନଙ୍କୁ ଭଲ ଭାବେ ଜଣା ଥିଲା କି, ଘରର ବେସ୍‌ମେଣ୍ଟରେ ଚାନ୍ଦି ବାକ୍ସ ରଖାଯାଇଛି। ତେବେ ଏହି ମାମଲାରେ ପୋଲିସ କିଛି ସନ୍ଦିଗ୍ଧ ଲୋକଙ୍କୁ ଅଟକ ରଖିଛି।

Roshni

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago