ମହିଳାଙ୍କ ବେକରୁ ଦାମୀ ସୁନା ଚେନ୍‌ ଛିଣ୍ଡାଇନେଲା ଲୁଟେରା, ଧୁମ୍‌ କଦଳୀ ଖୁଆଇଲା ପୋଲିସ, ଜାଣନ୍ତୁ କାହିଁକି

ରାଜସ୍ଥାନରେ ଘଟିଥିବା ଏକ ଘଟଣା ଜାଣିବା ପରେ ହୁଏତ ଆପଣଙ୍କୁ ଅଦ୍ଭୁତ ଲାଗିପାରେ। କିନ୍ତୁ ଏହା ସତ ଯେ ଜଣେ ଲୁଟେରାଙ୍କ ମୁଖା ଖୋଲିବାକୁ ଯାଇ ପୋଲିସ ତାଙ୍କୁ ଦେଇଛି ୧ ଦର୍ଜନ କଦଳୀ ଆଉ ଅମୃତଭଣ୍ଡା। ବିକାନେର ଥାନାର ଏହି ଘଟଣା ଏବେ ଚର୍ଚ୍ଚା ପରିସରକୁ ଆସିଛି। ତେବେ ଆପଣ ଜାଣନ୍ତୁ ଏହା ପଛରେ କ’ଣ ରହିଛି ସତ୍ୟତା।

ଗଙ୍ଗାସହରରେ ଜଣେ ମହିଳା ସନ୍ଧ୍ୟାରେ ବଜାର ଯାଉଥିବା ବେଳେ ୨ଜଣ ଯୁବକ ବାଇକରେ ଆସି ତାଙ୍କ ବେକରୁ ଦାମୀ ସୁନା ଚେନ୍‌ ଲୁଟି ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ସେମାନଙ୍କୁ ଧରିଥିଲା। କିନ୍ତୁ ସେତେବେଳେ ଜଣେ ଲୁଟେରା ଉକ୍ତ ସୁନା ଚେନଟିକୁ ଗିଳି ଦେଇଥିଲେ, ଯାହାକୁ ଦେଖି ପୋଲିସ ମଧ୍ୟ ଚକିତ ହୋଇଯାଇଥିଲା। ଏହାପରେ ତାଙ୍କ ଏକ୍ସରେ କରାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା କି ସୁନା ଚେନ ଯୁବକଙ୍କ ପେଟରେ ରହିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ପୋଲିସ ତାଙ୍କୁ ପେଟଭର୍ତ୍ତି କଦଳୀ ଖାଇବାକୁ ଦେଇଥିଲା। ଏକ ରିପୋର୍ଟ ମୁତାବକ, ପୋଲିସ ୨ ଦିନ ଧରି ଉକ୍ତ ଲୁଟେରାକୁ କଦଳୀ ଆଉ ଅମୃତଭଣ୍ଡା ଖୁଆଇଥିଲା।

ଏହାସହ ପଢ଼ନ୍ତୁ: ଦୁନିଆର ସବୁଠାରୁ ଲମ୍ବା ଇଂରାଜୀ ଶବ୍ଦ ଯାହାକୁ ଉଚ୍ଚାରଣ କରିବା ପାଇଁ ଲାଗେ ସାଢେ ତିନି ଘଣ୍ଟା

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ‘ଆମେ ଅଭିଯୁକ୍ତଙ୍କୁ ହସ୍ପିଟାଲ ନେଇଥିଲୁ। ‘ଏକ୍ସ-ରେ’ରେ ତାଙ୍କ ପେଟରେ ସୁନା ଚେନ୍‌ ନଜର ଆସିଥିଲା। ଡାକ୍ତର ଏଣ୍ଡୋସ୍କୋପିକ୍‌ ସର୍ଜରୀ ବଦଳରେ ପୋଟାସିୟମରେ ଭରପୂର କଦଳୀ ଖୁଆଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ପୋଲିସ ଏହି ଭିନ୍ନ ତରିକା ଆପଣା ଲୁଟେରାକୁ କଦଳୀ ଓ ଅମୃତଭଣ୍ଡା ଖୁଆଇବାରେ ଲାଗିପଡ଼ିଥିଲା। ଦୁଇଦିନ ପରେ ସଫଳତା ମିଳିଥିଲା। ଲୁଟେରା ଯେତେବେଳେ ଶୌଚ ଯାଇଥିଲା, ସେତେବେଳେ ସୁନା ଚେନ୍‌ ତା’ ପେଟରୁ ବାହାରି ଆସିଥିଲା’।

Roshni

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

44 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago