ମହିଳାଙ୍କ ବେକରୁ ଦାମୀ ସୁନା ଚେନ୍ ଛିଣ୍ଡାଇନେଲା ଲୁଟେରା, ଧୁମ୍ କଦଳୀ ଖୁଆଇଲା ପୋଲିସ, ଜାଣନ୍ତୁ କାହିଁକି

ରାଜସ୍ଥାନରେ ଘଟିଥିବା ଏକ ଘଟଣା ଜାଣିବା ପରେ ହୁଏତ ଆପଣଙ୍କୁ ଅଦ୍ଭୁତ ଲାଗିପାରେ। କିନ୍ତୁ ଏହା ସତ ଯେ ଜଣେ ଲୁଟେରାଙ୍କ ମୁଖା ଖୋଲିବାକୁ ଯାଇ ପୋଲିସ ତାଙ୍କୁ ଦେଇଛି ୧ ଦର୍ଜନ କଦଳୀ ଆଉ ଅମୃତଭଣ୍ଡା। ବିକାନେର ଥାନାର ଏହି ଘଟଣା ଏବେ ଚର୍ଚ୍ଚା ପରିସରକୁ ଆସିଛି। ତେବେ ଆପଣ ଜାଣନ୍ତୁ ଏହା ପଛରେ କ’ଣ ରହିଛି ସତ୍ୟତା।
ଗଙ୍ଗାସହରରେ ଜଣେ ମହିଳା ସନ୍ଧ୍ୟାରେ ବଜାର ଯାଉଥିବା ବେଳେ ୨ଜଣ ଯୁବକ ବାଇକରେ ଆସି ତାଙ୍କ ବେକରୁ ଦାମୀ ସୁନା ଚେନ୍ ଲୁଟି ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ସେମାନଙ୍କୁ ଧରିଥିଲା। କିନ୍ତୁ ସେତେବେଳେ ଜଣେ ଲୁଟେରା ଉକ୍ତ ସୁନା ଚେନଟିକୁ ଗିଳି ଦେଇଥିଲେ, ଯାହାକୁ ଦେଖି ପୋଲିସ ମଧ୍ୟ ଚକିତ ହୋଇଯାଇଥିଲା। ଏହାପରେ ତାଙ୍କ ଏକ୍ସରେ କରାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା କି ସୁନା ଚେନ ଯୁବକଙ୍କ ପେଟରେ ରହିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ପୋଲିସ ତାଙ୍କୁ ପେଟଭର୍ତ୍ତି କଦଳୀ ଖାଇବାକୁ ଦେଇଥିଲା। ଏକ ରିପୋର୍ଟ ମୁତାବକ, ପୋଲିସ ୨ ଦିନ ଧରି ଉକ୍ତ ଲୁଟେରାକୁ କଦଳୀ ଆଉ ଅମୃତଭଣ୍ଡା ଖୁଆଇଥିଲା।
ଏହାସହ ପଢ଼ନ୍ତୁ: ଦୁନିଆର ସବୁଠାରୁ ଲମ୍ବା ଇଂରାଜୀ ଶବ୍ଦ ଯାହାକୁ ଉଚ୍ଚାରଣ କରିବା ପାଇଁ ଲାଗେ ସାଢେ ତିନି ଘଣ୍ଟା
ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ‘ଆମେ ଅଭିଯୁକ୍ତଙ୍କୁ ହସ୍ପିଟାଲ ନେଇଥିଲୁ। ‘ଏକ୍ସ-ରେ’ରେ ତାଙ୍କ ପେଟରେ ସୁନା ଚେନ୍ ନଜର ଆସିଥିଲା। ଡାକ୍ତର ଏଣ୍ଡୋସ୍କୋପିକ୍ ସର୍ଜରୀ ବଦଳରେ ପୋଟାସିୟମରେ ଭରପୂର କଦଳୀ ଖୁଆଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ପୋଲିସ ଏହି ଭିନ୍ନ ତରିକା ଆପଣା ଲୁଟେରାକୁ କଦଳୀ ଓ ଅମୃତଭଣ୍ଡା ଖୁଆଇବାରେ ଲାଗିପଡ଼ିଥିଲା। ଦୁଇଦିନ ପରେ ସଫଳତା ମିଳିଥିଲା। ଲୁଟେରା ଯେତେବେଳେ ଶୌଚ ଯାଇଥିଲା, ସେତେବେଳେ ସୁନା ଚେନ୍ ତା’ ପେଟରୁ ବାହାରି ଆସିଥିଲା’।