ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସର ଆଞ୍ଚଳିକ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ରାଜେଶ ରଞ୍ଜନ ମହାନ୍ତି, ଛୁଟିଲା ଅଭିନନ୍ଦନର ସୁଅ

ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସର ଓଡିଶାରୁ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ମନୋନିତ ହୋଇଛନ୍ତି ଓଡିଆ ପୁଅ ରାଜେଶ ରଞ୍ଜନ ମହାନ୍ତି। ଏଥିପାଇଁ ତାଙ୍କୁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ। ଏହି ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ ପ୍ରତିଯୋଗିତା ଓଡିଶାରେ ୩୦ ସେପ୍ଟେମ୍ବର ୨୦୧୯ରୁ ୩ଦିନ ବ୍ୟାପି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରୁ ଶେଷ୍ଠ ୫ ପ୍ରତିଯୋଗୀଙ୍କୁ ଅକ୍ଟୋବର ୧୩ରେ ହେବାକୁ ଥିବା ଜାତୀୟ ସ୍ତରର ଗ୍ରାଣ୍ଡ ଫିନାଲେରେ ଓଡିଶାରୁ ପ୍ରତିନିଧିତ୍ବ କରିବେ।

ଇଣ୍ଡିଆ ଚାର୍ମିଙ୍ଗ ଫେସ ମୁତାବକ ଓଡିଶା  ହେଉଛି ଏକ ଏମିତି ରାଜ୍ୟ ଯେଉଁଠାରୁ ପ୍ରତିବର୍ଷ ୫ ଜଣ ମନୋନୀତ ସୁନ୍ଦରୀଙ୍କୁ ଇଣ୍ଡିଆ ଚାର୍ମିଙ୍ଗ ଫେସ ଇଭେଣ୍ଟରେ ଭାଗନେବା ବଛାଯାଇଥାଏ। ଏହି ଇଣ୍ଡିଆ ଚାର୍ମିଙ୍ଗ ଫେସ ହେଉଛି ଭାରତର ଏକ ବଡ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ବିଜେତା ସୁନ୍ଦରୀଙ୍କୁ ପୁରସ୍କୃତ କରାଯିବା ସହିତ ପୁରଷ ବିଭାଗରେ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଏ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରାର୍ଥିଙ୍କୁ ସେପ୍ଟେମ୍ବର ୭ ସୁଦ୍ଧା ନିଜର ବାୟୋଡାଟା ଓ ଫଟୋ ଦେଇ ଆପ୍ଲାଇ କରିବାକୁ ପଡିବ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ବଛା ଯାଇଥିବା ପ୍ରାର୍ଥିଙ୍କୁ ଗୋଟିଏ ଦିନ ପାଇଁ ଅଡିଶନର କଲ୍ ଯିବ ଯେଉଁଠାରୁ ୧୫ ଜଣ ପ୍ରାର୍ଥିଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ମନୋନୀତ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.