ସୋସିଆଲ ମିଡିଆରେ ପ୍ରତିଦିନ ପଶୁପକ୍ଷୀଙ୍କ ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ସେୟାର ହେଉଛି। ପ୍ରାୟ ସବୁ ଭିଡିଓରେ ଜୀବଜନ୍ତୁମାନେ ମଣିଷ ଭଳି ବ୍ୟବହାର କରି ଲୋକଙ୍କ ହୃଦୟ ଜିତିଯାଉଛନ୍ତି। ଏବେ ପୁଣି ଥରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବାଘୁଣୀ ତିନି ଛୁଆଙ୍କ ସହ ନଦୀ କୂଳରେ ପାଣି ପିଉଥିବା ଦେଖିବାକୁ ମିଳିଛି।
ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଥିଲେ। ଭିଡିଓଟି ପେଞ୍ଚ୍ ଟାଇଗର ରିଜର୍ଭରେ ରେକର୍ଡିଂ କରାଯାଇଛି। ସୂଚନାଯୋଗ୍ୟ ଯେ, ପେଞ୍ଚ୍ ଟାଇଗର ରିଜର୍ଭରେ ରୟାଲ ବେଙ୍ଗଲ ଟାଇଗର ‘‘କଲରଓ୍ଵାଲି’’ ଜାନୁଆରୀ ମାସରେ ଚାରିଟି ଶିଶୁଙ୍କୁ ଜନ୍ମ ଦେଇଛି। ଭିଡିଓଟି ସେୟାର କରି ସୁଶାନ୍ତ ଏକ ସୁନ୍ଦର ମେସେଜ୍ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ‘‘ବିନା ଖାଦ୍ୟରେ ମଧ୍ୟ ଏହି ଜୀବ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜୀବନ ନିର୍ବାହ କରିପାରିବ, କିନ୍ତୁ ପାଣି ବିନା ସର୍ବାଧିକ ଚାରିଦିନ ହିଁ ବଞ୍ଚିପାରିବ।’’
ଏହାସହ ପଢ଼ନ୍ତୁ: ସାଥୀ ଖେଳାଳୀଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ
ବାଘୁଣୀର ଏହି ଭିଡିଓକୁ ନଭେମ୍ବର ୭ ତାରିଖରେ ସେୟାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଭିଡିଓରେ ଏକ ହଜାରରୁ ଊର୍ଦ୍ଧ୍ୱ ଲାଇକ୍ ମିଳିଥିବା ବେଳେ ୨୦୦ରୁ ଅଧିକ ଥର ରି-ଟ୍ଵିଟ୍ କରାଯାଇଛି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…