Below header

ତିନି ଛୁଆଙ୍କ ସହ ବାଘୁଣୀ ନଦୀରୁ ପାଣି ପିଉଥିବା ଦୁର୍ଲ୍ଲଭ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରତିଦିନ ପଶୁପକ୍ଷୀଙ୍କ ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ସେୟାର ହେଉଛି। ପ୍ରାୟ ସବୁ ଭିଡିଓରେ ଜୀବଜନ୍ତୁମାନେ ମଣିଷ ଭଳି ବ୍ୟବହାର କରି ଲୋକଙ୍କ ହୃଦୟ ଜିତିଯାଉଛନ୍ତି। ଏବେ ପୁଣି ଥରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବାଘୁଣୀ ତିନି ଛୁଆଙ୍କ ସହ ନଦୀ କୂଳରେ ପାଣି ପିଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଥିଲେ। ଭିଡିଓଟି ପେଞ୍ଚ୍‌ ଟାଇଗର ରିଜର୍ଭରେ ରେକର୍ଡିଂ କରାଯାଇଛି। ସୂଚନାଯୋଗ୍ୟ ଯେ, ପେଞ୍ଚ୍‌ ଟାଇଗର ରିଜର୍ଭରେ ରୟାଲ ବେଙ୍ଗଲ ଟାଇଗର ‘‘କଲରଓ୍ଵାଲି’’ ଜାନୁଆରୀ ମାସରେ ଚାରିଟି ଶିଶୁଙ୍କୁ ଜନ୍ମ ଦେଇଛି। ଭିଡିଓଟି ସେୟାର କରି ସୁଶାନ୍ତ ଏକ ସୁନ୍ଦର ମେସେଜ୍‌ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ‘‘ବିନା ଖାଦ୍ୟରେ ମଧ୍ୟ ଏହି ଜୀବ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜୀବନ ନିର୍ବାହ କରିପାରିବ, କିନ୍ତୁ ପାଣି ବିନା ସର୍ବାଧିକ ଚାରିଦିନ ହିଁ ବଞ୍ଚିପାରିବ।’’

ଏହାସହ ପଢ଼ନ୍ତୁ: ସାଥୀ ଖେଳାଳୀଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ

ବାଘୁଣୀର ଏହି ଭିଡିଓକୁ ନଭେମ୍ବର ୭ ତାରିଖରେ ସେୟାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଭିଡିଓରେ ଏକ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ୨୦୦ରୁ ଅଧିକ ଥର ରି-ଟ୍ଵିଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.