ନୂଆ ବର୍ଷରେ ଗ୍ରାହକ ମାନଙ୍କୁ ବ୍ୟାଙ୍କ ଦେବ ନୂଆ ସୁଯୋଗ, ଏନଇଏଫଟି ଟ୍ରାଞ୍ଜାକ୍ସନ କଲେ ଆଉ ଦେବାକୁ ପଡ଼ିବନି ଶୁଳ୍କ

ଆସନ୍ତା ନୂଆ ବର୍ଷରେ ଦେଶର ବ୍ୟାଙ୍କ ମାନଙ୍କ ତରଫରୁ ଗ୍ରାହକ ମାନଙ୍କୁ ଏକ ନୂଆ ଅଫର ମିଳିପାରେ । ୨୦୨୦ ମସିହା ଜାନୁୟାରୀ ମାସରୁ ଏନଇଏଫଟି ଜରିଆରେ ହେଉଥିବା ନେଣଦେଣରେ ଆଉ ଶୁଳ୍କ ଦେବାକୁ ପଡିବ ନାହିଁ । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀର ୩ ବର୍ଷ ପରେ ଡିଜିଟାଲ ନେଣଦେଣକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ହିଁ ଆରବିଆଇ ତରଫରୁ ଏପରି ଏକ ପ୍ରସ୍ତାବ ରଖଯାଇଛି । ଏହା ସହ ସେଣ୍ଟ୍ରାଲ ବ୍ୟାଙ୍କ ବିଭିନ୍ନ ସ୍ଥାନରେ କରାଯାଉଥିବା ଗାଡି ପାର୍କିଙ୍ଗ ସ୍ଥାନ ଓ ପେଟ୍ରୋଲ ପମ୍ପ ଗୁଡିକର ନେଣଦେଣ ଉପରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଉଛି । ୨୦୧୮ ମସିହା ଅକ୍ଟୋବର ମାସରୁ ୨୦୧୯ ମସିହା ସେପ୍ଟେମ୍ବର ମାସ ଭିତରେ ସମୁଦାୟ ଟ୍ରାଞ୍ଜାକ୍ସନ ଭିତରୁ ଡିଜିଟାଲ ଟ୍ରାଞ୍ଜାକ୍ସନ ୯୬ ପ୍ରତିଶତ ରହିଛି

ଏହା ସହ ପଢନ୍ତୁ: ଘଣ୍ଟାକୁ ରୋଜଗାର କରିପାରିବେ ୮୫୦ ଟଙ୍କା, ସୁଯୋଗ ହାତଛଡା କରନ୍ତୁ ନାହିଁ ଜଲଦି କରନ୍ତୁ ଆବେଦନ

ଏହି ଅବଧି ଭିତରେ ନାଶନାଳ ଇଲେକ୍ଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର ( ଏନଇଏଫଟି) ଜରିଆରେ ହୋଇଥିବା ଟ୍ରାଞ୍ଜାକ୍ସନ ୨୫୨ କୋଟି ଟଙ୍କା ପର୍ଯ୍ୟନ୍ତକୁ ବୃଦ୍ଧି ପାଇଥିବା ଜଣାଯାଇଛି । ଯାହାକି ବର୍ଷକୁ ପ୍ରାୟ ୨୦ ପ୍ରତିଶତ ବଢିଥିବା ହିସାବ କରାଯାଏ । ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କ ଅତିଶୀଘ୍ର ପଡୋଶୀ ଦେଶ ଭୁଟାନରେ Ru pay  ଜରିଆରେ ପେମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ନେଇ ନିସ୍ପତି ନେଇଛନ୍ତି । ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରୟନ ଜରିଆରେ ଦେଶରେ ପୂର୍ବରୁ ପ୍ରଚଳିତ ହେଉଥିବା ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରିଦେଇଥିଲେ । ବଦଳରେ କିଛି ଦିନ ପରେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.