କାଳୀ ମାତାଙ୍କ ଏପରି ଚତ୍ମକାରୀ ମନ୍ଦିର, ଯେଉଁଠି ଆଜି ବି ଶୁଭୁଛି ମାତାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦ

ଭାରତରେ ଅନେକ ମଠ ମନ୍ଦିରରେ ରହସ୍ୟ ଭରି ରହିଛି। ଯାହାକୁ ଏପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ସମାଧାନ କରିପାରିନାହାନ୍ତି। ଏପରି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଡୋଲର ସିଂହପୁରରେ ରହିଛି। ଯେଉଁଠି ମାତାଙ୍କ ଅଦ୍ଭୁତ ଲୀଳା ଦେଖିବାକୁ ମିଳୁଛି। ଆଜି ବି ମନ୍ଦିରରେ ମାତାଙ୍କ ପାଉଁଜି ଶବ୍ଦ ଶୁଣିବାକୁ ମିଳୁଛି। ସ୍ଥାନୀୟ ଗାଁରେ ଯାହା ଘରେ ବିବାହ ହେବାକୁ ଥାଏ, ପ୍ରଥମେ ମାତାଙ୍କୁ ନିମନ୍ତ୍ରଣ କରାଯାଏ। ଘରେ ଯେକୌଣସି ଶୁଭ କାର୍ଯ୍ୟ ହେଉ ନା କାହିଁକି, ପ୍ରଥମେ ମାତାଙ୍କୁ ନିମନ୍ତ୍ରଣ କରିବାକୁ ପଡିଥାଏ। ଏଠିକାର ଲୋକେ ମାତାଙ୍କୁ କୁଳଦେବୀ ଭାବେ ପୂଜା କରନ୍ତି। ଏଠାରେ ଥିବା ପାଖାପାଖି ୪୦ଟି ଗାଁର ଲୋକ ଏହି କାଳୀଙ୍କ ମନ୍ଦିରରେ ଆରାଧନା କରନ୍ତି। ବିବାହ ସମୟରେ କନ୍ୟାକୁ ଲଗାଯାଉଥିବା ତେଲ ପ୍ରଥମେ ମାତାଙ୍କୁ ତା ପରେ କନ୍ୟାକୁ ଲଗାଯାଏ।

ଏଠାରେ ମାତାଙ୍କ ଅନେକ ଚତ୍ମକାରୀ ଚର୍ଚ୍ଚା ବିଷୟରେ ଶୁଣିବାକୁ ମିଳିଛି। ଥରେ ଜଣେ ଲୋକ ମାତାଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ଏକ ଶୁଖିଲା ବାଉଁଶ ମନ୍ଦିର ସାମ୍ନାରେ ପୋତିଦେଇଥିଲେ। କିନ୍ତୁ ମା’ଙ୍କ କୃପା ଯୋଗୁଁ ବାଉଁଶଟି ସକାଳକୁ କଞ୍ଚା ହୋଇଯାଇଥିଲା ଏବଂ ଅନେକ ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରରେ ରହିଥିଲା। ଏଠାରେ ଥିବା ପୋଖରୀରେ ମାତା ଗାଧାନ୍ତି ବୋଲି ମାନ୍ୟତା ମଧ୍ୟ ରହିଛି। ପ୍ରତିଦିନ ସକାଳେ ଏଠାରେ ମାତାଙ୍କ ପାଉଁଜି ଶବ୍ଦ ଶୁଣିବାକୁ ମିଳିଥାଏ।

mata kali

ଏହା ସଂହପୁରରେ ଥିବା ପ୍ରଥମ ଏପରି କାଳୀ ମନ୍ଦିର ଯେଉଁଠି କାଳୀଙ୍କ ଚାରିପାଖରେ ଭଗବାନ ଗଣେଶଙ୍କ ସମେତ ମାତା ସରସ୍ୱତୀ ମଧ୍ୟ ବିରାଜମାନ ରହିଛନ୍ତି। ଏହି ମନ୍ଦିର ପରିସରରେ  ପଚମଠା, ଶ୍ରୀରାମ ଜାନକୀ ମନ୍ଦିର, ଶିବ ମନ୍ଦିର, ସତୀ ଚବୁତରା ସହିତ ଅନ୍ୟ ଦେବୀଙ୍କ ପ୍ରତିମା ମଧ୍ୟ ସ୍ଥାପିତ ହୋଇଛି। ଏଠାରେ ଥିବା ସତୀ ଚବୁତରା ସତୀ ପ୍ରଥାର ଅବେଶଷ ରୂପେ ରହିଛି ବୋଲି ଧାରଣା ରହିଛି।

ଏହାସହ ପଢ଼ନ୍ତୁ ; ଲୋକେ କେଶରୀ ରଙ୍ଗ ଦେଖି ଭାବୁଥିଲେ ମନ୍ଦିର, କିନ୍ତୁ ତାହା ପ୍ରକୃତରେ ଥିଲା ପାଇଖାନା : ଜାଣନ୍ତୁ ଘଟଣା କ’ଣ ଥିଲା

ମା କାଳୀଙ୍କ ପ୍ରତିମା ଏବଂ ଗଣେଶ ପ୍ରତିମା ୧୧ ତମ ଶତାବ୍ଦୀର ବୋଲି କୁହାଯାଏ। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସତ୍ୟତା ଜଣାପଡିନାହିଁ। ପଚମଠାରେ ଏକ ବୋର୍ଡ ରାଜ୍ୟ ପୁରାତତ୍ତ୍ୱ ବିଭାଗ ପକ୍ଷରୁ ଲଗାଯାଇଛି। ଯେଉଁଥିରେ ମଠ ୧୭ ଶତାବ୍ଦୀ ବୋଲି ଳେଖାଯାଇଛି। ପ୍ରଶାସନ ଦ୍ୱାରା ଉପେକ୍ଷିତ ହୋଇ ଏହି ମଠ ଏପର୍ଯ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.