ଜଣେ କର୍ମଚାରୀ ନିଜ ଜୀବନ କଥା ଚିନ୍ତା ନ କରି ଟ୍ରେନ ତଳୁ ବଞ୍ଚାଇଲେ ଅସହାୟ ବ୍ୟକ୍ତିଙ୍କ ଜୀବନ !

ଏକ ଲୋକ କଥା ରହିଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ ଯାହା ସହିତ ଭଗବାନ ଅଛନ୍ତି ତାଙ୍କର କେହି ହେଲେ ବି କ୍ଷତି କରିପାରିବେ ନାହିଁ। ଏମିତି ଏକ ବାକ୍ୟ କାଲିଫର୍ଣ୍ଣିଆର କଲିଜିମ୍‌ ଷ୍ଟେସନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ମେଟ୍ରୋକୁ ଅପେକ୍ଷା କରିଥିଲେ। ହଠାତ୍‌ ଟ୍ରେନକୁ ଆସୁଥିବାର ଦେଖି ଚାଲି ଚାଲି ଯାଉଥିଲେ ଏହି ସମୟରେ ହଠାତ୍‌ ତାଙ୍କ ଗୋଡ ଖସିଗଲା।

train

ଏହା ଦେଖି ପାଖରେ ଥିବା ଟ୍ରାନ୍ସପୋର୍ଟେସନ ସୁପରଭାଇଜର ବ୍ୟକ୍ତିଙ୍କ ହାତକୁ ଟାଣି ଟ୍ରାକରୁ ବାହାରକୁ ନେଇ ଆସିଥଲେ। ଭାଗ୍ୟବଶତଃ ଟ୍ରେନ ଆସିବା ପୂର୍ବରୁ ହିଁ ସେହି ବ୍ୟକ୍ତି ଜଣଙ୍କ ଦେବଦୂତ ଭଳି କିଛି ଚିନ୍ତା ନ କରି ତଳେ ପଡିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଦେଲେ।

ଏହାସହ ପଢନ୍ତୁ : ମୋବାଇଲକୁ ଚାହିଁ ଚାହିଁ ଯୁବତୀ ପଡିଗଲେ ଟ୍ରେନ ଟ୍ରାକରେ, ଦେଖନ୍ତୁ ଭିଡିଓ

ଏହାପରେ କର୍ମଚାରୀଙ୍କ ଏହି ମାନବିକତା ପାଇଁ ଖୁବ୍‌ ପ୍ରଶଂସା ମିଳୁଛି। ନିଜେ ପୀଡିତ ମଧ୍ୟ ତାଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି। ତେବେ ସେହି ବ୍ୟକ୍ତିଙ୍କ ଭଳି ଯଦି ଏମିତି କେହି ମଣିଷର ସାହାଯ୍ୟ ଦରକାର ପଡୁଥାଏ ତେବେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.