ଦେଶ ବିଦେଶ

ଫାଶୀ ପୂର୍ବରୁ ପରିବାର ଲୋକଙ୍କୁ କେବେ ଭେଟିବେ ନିର୍ଭୟା ଦୋଷୀ? ଚାରି ଜଣଙ୍କୁ ଚିଠି ଲେଖି ପଚାରିଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ମାର୍ଚ୍ଚ ତିନିରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ହେବ ଫାଶୀ । ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀଙ୍କୁ ପଚାରିଛନ୍ତି ଯେ କେବେ ପରିବାରଙ୍କୁ ଭେଟିବାକୁ ଚାହିଁବେ । ଅନ୍ତିମ ଦର୍ଶନ ପାଇଁ ପ୍ରଶ୍ନ କରାଯାଇଛି । ଏନେଇ ଚାରି ଦୋଷୀଙ୍କୁ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସେମାନେ ଜବାବ ଦେବାପରେ ପରିବାର ଲୋକଙ୍କୁ ଶେଷଥର ପାଇଁ ଭେଟିବାକୁ ସୁଯୋଗ ଦିଆଯିବ ।

ମୁକେଶ ବିନୟ ଓ ଅକ୍ଷୟ ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ପାଖକୁ ରାଜକ୍ଷମା ଆବେଦନ ପଠାଇଥିଲେ, ହେଲେ ଏହାକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି । ଏମାନଙ୍କ ପାଇଁ ଫାଶୀ ରାସ୍ତା ପକ୍କା ହୋଇଛି । ଅନ୍ୟତମ ଦୋଷୀ ପବନ ଗୁପ୍ତା ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିନଥିବା ବେଳେ ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ଆବେଦନ ପଠାଇନାହିଁ । ୨୯ ଫେବୃଆରୀ ପରେ ଯଦି ପବନ କ୍ୟୁରେଟିଭ ପିଟିସନ ଦାଖଲ କରେ ତାହେଲେ ୩ ତାରିଖରେ ହେବାକୁ ଥିବା ଫାଶୀ ପୁଣି ଘୁଞ୍ଚିପାରେ ।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

30 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

38 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

53 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

59 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago