Below header

ଫାଶୀ ପୂର୍ବରୁ ପରିବାର ଲୋକଙ୍କୁ କେବେ ଭେଟିବେ ନିର୍ଭୟା ଦୋଷୀ? ଚାରି ଜଣଙ୍କୁ ଚିଠି ଲେଖି ପଚାରିଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ମାର୍ଚ୍ଚ ତିନିରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ହେବ ଫାଶୀ । ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀଙ୍କୁ ପଚାରିଛନ୍ତି ଯେ କେବେ ପରିବାରଙ୍କୁ ଭେଟିବାକୁ ଚାହିଁବେ । ଅନ୍ତିମ ଦର୍ଶନ ପାଇଁ ପ୍ରଶ୍ନ କରାଯାଇଛି । ଏନେଇ ଚାରି ଦୋଷୀଙ୍କୁ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସେମାନେ ଜବାବ ଦେବାପରେ ପରିବାର ଲୋକଙ୍କୁ ଶେଷଥର ପାଇଁ ଭେଟିବାକୁ ସୁଯୋଗ ଦିଆଯିବ ।

jailମୁକେଶ ବିନୟ ଓ ଅକ୍ଷୟ ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ପାଖକୁ ରାଜକ୍ଷମା ଆବେଦନ ପଠାଇଥିଲେ, ହେଲେ ଏହାକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି । ଏମାନଙ୍କ ପାଇଁ ଫାଶୀ ରାସ୍ତା ପକ୍କା ହୋଇଛି । ଅନ୍ୟତମ ଦୋଷୀ ପବନ ଗୁପ୍ତା ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିନଥିବା ବେଳେ ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ଆବେଦନ ପଠାଇନାହିଁ । ୨୯ ଫେବୃଆରୀ ପରେ ଯଦି ପବନ କ୍ୟୁରେଟିଭ ପିଟିସନ ଦାଖଲ କରେ ତାହେଲେ ୩ ତାରିଖରେ ହେବାକୁ ଥିବା ଫାଶୀ ପୁଣି ଘୁଞ୍ଚିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.