କିଆରାଙ୍କ ଟପଲେସ୍ ଫଟୋକୁ ଦେଖି ବଲିଉଡର ତିନି ଷ୍ଟାର ହେଲେ ସାର୍ଟଲେସ, ହଟ୍ ଲୁକ୍ ହେଉଛି ଭାଇରାଲ
ନିକଟରେ ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଟପଲେସ୍ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। କିଆରା ନିକଟରେ ଡବୁ ରତନାନୀଙ୍କ ପାଇଁ କରାଇଥିବା ଟପ୍ଲେସ୍ ଫଟୋସୁଟ୍କୁ ଦେଖି ଏବେ ଆଉ ତିନି ଜଣ ଅଭିନେତା ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ। ଏଥିପାଇଁ ସେମାନେ ହେଲେ ସାର୍ଟଲେସ୍। ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହିତ୍ରିକ ରୋଶନ, ଜନ ଆବ୍ରାହମ ଏବଂ ବରୁଣ ଧଓ୍ଵନ ସାର୍ଟଲେସ ଫଟୋଶୁଟ କରାଇ ଏବେ ଚର୍ଚ୍ଚାରେ। ଏହି ତିନି ଜଣଙ୍କ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ସମସ୍ତେ ନିଜ ନିଜର ଆକାଉଣ୍ଟରେ ଫଟୋ ଅପଲୋଡ କରି ଏବେ ଚର୍ଚ୍ଚାରେ ରହିଛନ୍ତି।
ସୂଚନାଯୋଗ୍ୟ, ଡବୁ ରତନାନୀ କ୍ୟାଲେଣ୍ଡର ଲଞ୍ଚ କରିବା ପରେ ଏକ ବିବାଦରେ ଫସିଯାଇଛନ୍ତି। ଏହାର କାରଣ ହେଉଛି କିଆରା। ଡବୁ କିଆରାଙ୍କର ଟପଲେସ ଫଟୋଶୁଟ୍ କରିବା ସମୟରେ କଦଳୀପତ୍ରକୁ ବ୍ୟବହାର କରିଥିଲେ। ଯାହାକୁ ନେଇ ଫଟୋଗ୍ରାଫର ମେରୀ ବର୍ଶ ଆରୋପ କହିଛନ୍ତି। ମେରୀ କହିଛନ୍ତି ଡବୁ ଏହି କନସେପ୍ଟକୁ କପି କରିଛନ୍ତି।