କଳାହାଣ୍ଡିରେ ୩ ଜିଲ୍ଲା SPଙ୍କ ସହ DGPଙ୍କ ମାଓ ସମୀକ୍ଷା ବୈଠକ, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି

କଳାହାଣ୍ଡି: ପୋଲିସ ଡିଜିଙ୍କ ମାଓ ସମୀକ୍ଷା । କଳାହାଣ୍ଡିରେ ୩ ଜିଲ୍ଲା SPଙ୍କ ସହ DGPଙ୍କ ମାଓ ସମୀକ୍ଷା ବୈଠକ। କଳାହାଣ୍ଡି ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ଏହି ବୈଠକ ହୋଇଛି। ଏହି ବୈଠକରେ ପୋଲିସ ଡିଜି ଅଭୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ, ଡିଜି ଗୁଇନ୍ଦା ସତ୍ୟଜିତ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଏସ୍‌ପି ମଧ୍ୟ ସାମିଲ ଥିଲେ। ମାଓ ଉପଦ୍ରବ ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ମାଓ ଅପରେସନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।