Below header

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବେଲବାହାଳିରେ ରାସ୍ତା ଜାମ୍, ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବାକୁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବେଲବାହାଳିରେ ରାସ୍ତା ଜାମ । ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାପାଳ ଖଣିଜ ପଦାର୍ଥ ପରିବହନ ବନ୍ଦ କରିବାରୁ ଅଭିଭାବକମାନେ ଆଶ୍ୱସ୍ତି ଲାଭ କରିଥିଲେ। ହେଲେ ଏବେ ପ୍ରକୃତ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ପୂର୍ବ ଭଳି ଟ୍ରକ ସବୁ ରାସ୍ତାରେ ଚାଲୁଥିବାରୁ ,ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବାକୁ ହଇରାଣ ହେଉଥିବାର ଦେଖିବାକୁ ମିଳିଛି। ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ତୁରନ୍ତ ପଦେକ୍ଷପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.