ଆଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯେବେ ଠାରୁ ଟିକଟକ୍ ଲଞ୍ଚ୍ ହେଲାଣି ଭାଇରାଲ ମାତ୍ରା ଆହୁରି ବଢ଼ିଗଲାଣି। ଟିକ୍ଟକ୍କୁ ଲୋକମାନେ ପସନ୍ଦ କରିବା ସହ ଯେକୌଣସି ଘଟଣାର ଭିଡିଓକୁ ବି ସେୟାର କରିଦେଉଛନ୍ତି। ନିକଟରେ ଟିକ୍ଟକ୍ରେ ସିଂହଙ୍କ ଫଟୋ ଉଠାଉଥିବା କିଛି ପିଲାଙ୍କ ଭିଡିଓ ଭାଇରାଲ ହୋଇଛି। ଏଥିରେ ସିଂହ ରାଗିଯାଉଥିବା ଦେଖିବାକୁ ମିଳିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ସଫାରୀରେ ସିଂହ ଓ ସିଂହୀ ରାସ୍ତାରେ ଶୋଇଛନ୍ତି। ସିଂହଙ୍କୁ ଦେଖି କିଛି ପିଲା ଗାଡ଼ିର ଝରକା ପଟେ ଫଟୋ ଉଠାଉଛନ୍ତି। ସିଂହ ବି ବିଶ୍ରାମ ମୁଦ୍ରାରେ ରହିଛି। କିନ୍ତୁ ପିଲାମାନେ ଗ୍ଲାସ୍ ବାହାରକୁ ଆସି ଭଲ ଭାବେ ଫଟୋ ଉଠାଇବାକୁ ଚାହିଁବାରୁ କ୍ୟାମେରା କ୍ଲିକ୍ ଶବ୍ଦ ଶୁଣି ହଠାତ୍ ସିଂହ ଉଠିଯାଇ ଗର୍ଜନ କରୁଛି। ସିଂହୀ ବି ଆଲର୍ଟ ହୋଇ ଉଠି ପଛକୁ ପଳାଉଛି।
ଏହାସହ ପଢ଼ନ୍ତୁ: ମହିଳା କମିଶନର ଅଧ୍ୟକ୍ଷାଙ୍କ ଘୋଷଣା, ଦୁଷ୍କର୍ମକାରୀଙ୍କୁ ଫାଶୀ ନ ମିଳିବା ଯାଏଁ ବସିବେ ଅନଶନରେ
ସିଂହଙ୍କ ଏଭଳି ରିଆକ୍ସନ୍ ଦେଖି ପିଲାମନେ ଭୟ କରି ତୁରନ୍ତ କାର୍ ଭିତରକୁ ଯାଇ ଗ୍ଲାସ୍ ଉଠାଇ ବସିଯାଉଛନ୍ତି। ଟିକ୍ଟକ୍ରେ ରାଜ ଚକ୍ରବର୍ତ୍ତୀ ନାମକ ଜଣେ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି।
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…