ଦୁଇ ସାଙ୍ଗ ମିଶି ପ୍ରସ୍ତୁତ କଲେ ‘ଏୟାର ପଲ୍ୟୁଶନ କଣ୍ଟ୍ରୋଲର’, ୮୦୦ ଫୁଟ୍‌ ଉଚ୍ଚ ପ୍ରଦୂଷଣକୁ ରୋକିପାରିବ ଏହି ଯନ୍ତ୍ର

ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଦୁଇଜଣ ସାଙ୍ଗ ମିଶି ପ୍ରସ୍ତୁତ କରିଛନ୍ତି ‘ଏୟାର ପଲ୍ୟୁଶନ କଣ୍ଟ୍ରୋଲର’। ଚଣ୍ଡୀଗଡ଼ର ସେକ୍ଟର-୨୭ରେ ରହୁଥିବା ଏହି ଦୁଇ ସାଙ୍ଗ ହେଲେ ମନୋଜ ଜେନା ଓ ନୀତିନ ଆହଲୁଓ୍ଵାଲିୟା। ସେମାନେ ପଲ୍ୟୁଶନ କଣ୍ଟ୍ରୋଲରର ନାଁ ରଖିଛନ୍ତି ‘କ୍ଷଲ୍‌’। ଏହା ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ‘ଟୁ କ୍ଲିନ୍‌’। ଏହାକୁ ବନାଇବା ପାଇଁ ମନୋଜ ଓ ନୀତିନଙ୍କୁ ୩ ବର୍ଷ ସମୟ ଲାଗିଥିଲା। ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନେ ଏହି ପ୍ରୋଜେକ୍ଟକୁ ୨୦୧୭ରେ ପ୍ରସ୍ତୁତ କରିଥିଲେ।

ଏୟାର ପଲ୍ୟୁଶନ କଣ୍ଟ୍ରୋଲରକୁ ବନାଇବା ପାଇଁ ଏଗ୍‌ଜଷ୍ଟ ଫ୍ୟାନ୍‌, ପାଇପ୍‌, ସେନ୍ସର, ବ୍ୟାଟେରୀ, ବକେଟ୍‌ ଆଦି ବ୍ୟବହାର କରାଯାଇଛି। ୮୦୦ ବର୍ଗଫୁଟ ପାଇଁ ବନିଥିବା ଏହି ସିଷ୍ଟମ୍‌ର ଲମ୍ବା ୨୧ ଫୁଟ ଏବଂ ଚଉଡ଼ା ୨ ଫୁଟ ରହିଛି। ଏହି ସିଷ୍ଟମ୍‌ ଜାଗା ଅନୁସାରେ ବଡ଼ କିମ୍ବା ଛୋଟ ହୋଇପାରିବ। ଚଣ୍ଡୀଗଡ଼ର ପଲ୍ୟୁଶନ ଟେଷ୍ଟିଙ୍ଗ୍‌ ଲାବୋରେଟୋରିରେ ଏହାର ପରୀକ୍ଷା କରାଯାଇଥିଲା, ଯାହାକି ସଫଳ ହୋଇଥିଲା।

ଏହାସହ ପଢ଼ନ୍ତୁ: ତେଲେଙ୍ଗାନା ପରେ କର୍ଣ୍ଣାଟକ : ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

୨୦୦୧ରେ ଚଣ୍ଡୀଗଡ଼ ଆସିଥିଲେ ମନୋଜ ଓ ନୀତିନ। ସେମାନଙ୍କ କହିବା ହେଲା, ‘ଆମ ବନ୍ଧୁତା ୧୦ ବର୍ଷ ପୁରୁଣା। ଆମେ ମହାରାଷ୍ଟ୍ରର ଚନ୍ଦ୍ରପୁର କଲେଜରୁ ମେକାନିକାଲ୍‌ ଇଞ୍ଜିନିୟରିଂ କରିଛୁ। ଏଠାରେ ଅଧିକ ପ୍ରଦୂଷଣ ହେବା କାରଣରୁ ଆମକୁ ଆଜ୍‌ମା ହୋଇଗଲା। ପାଠପଢ଼ା ଶେଷ ହେବା ପରେ ଆମେ ବିଜିନେସ୍‌ କରିବାକୁ ଦିଲ୍ଲୀ ଗଲୁ। ପୁଣି ୨୦୦୧ରେ ଚଣ୍ଡୀଗଡ଼ ଆସିଲୁ। ଏବେ ଚିକିତ୍ସା ପରେ ଆମେ ସୁସ୍ଥ ଅଛୁ। କିନ୍ତୁ ମନ ଭିତରେ ପ୍ରଦୂଷଣକୁ ରୋକିବା ଲାଗି କିଛି ନା କିଛି କରିବାକୁ ଭାବି ନେଇଥିଲୁ’।

ଏହାସହ ପଢ଼ନ୍ତୁ: ଛତିଶଗଡ଼ରେ ଆଇଟିବିପି ଯବାନଙ୍କ ଉନ୍ମତ୍ତକାଣ୍ଡ, ସାଥୀ ୫ ଯବାନଙ୍କୁ ଗୁଳିମାରି ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

କିପରି କାମ କରିଥାଏ ପଲ୍ୟୁଶନ କଣ୍ଟ୍ରୋଲର

ପଲ୍ୟୁଶନ କଣ୍ଟ୍ରୋଲରକୁ ଯେଉଁଠି ଇନ୍‌ଷ୍ଟଲ କରାଯିବ, ସେଠାକାର ପ୍ରଦୂଷଣକୁ ଏହା ପ୍ରଥମେ ଅନୁଧ୍ୟାନ କରିବ। ଏହାପରେ କଣ୍ଟ୍ରୋଲର ତା’ର କାମ ଆରମ୍ଭ କରିଦେବ। ଆଉ ବଳକା ଧୂଳିକୁ ବକେଟ୍‌ରେ ରଖିଦେବ। ଏହି ଧୂଳି କ୍ଲେ ରୂପରେ ରହିବ, ଯାହାକୁ ଫ୍ୟାକ୍ଟ୍ରିରେ ଫୁଏଲ୍‌ ବନାଇବା କାମରେ ଲଗାଯାଇପାରିବ। ଇନ୍‌ଷ୍ଟଲ କରାଯିବାର ଅଧଘଣ୍ଟା ଭିତରେ ଏୟାର୍‌ କ୍ଲିନିଙ୍ଗ୍‌ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହାଦ୍ୱାରା ବଢ଼ିଥିବା ତାପମାତ୍ରା ମଧ୍ୟ କମିଯିବ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago