ପିଲାମାନେ ଉଠାଉଥିଲେ ଫଟୋ, ଅଚାନକ ସିଂହ କଲା ଗର୍ଜନ ଆଉ ତା’ପରେ… ଦେଖନ୍ତୁ ଟିକ୍‌ଟକ୍‌ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯେବେ ଠାରୁ ଟିକଟକ୍‌ ଲଞ୍ଚ୍‌ ହେଲାଣି ଭାଇରାଲ ମାତ୍ରା ଆହୁରି ବଢ଼ିଗଲାଣି। ଟିକ୍‌ଟକ୍‌କୁ ଲୋକମାନେ ପସନ୍ଦ କରିବା ସହ ଯେକୌଣସି ଘଟଣାର ଭିଡିଓକୁ ବି ସେୟାର କରିଦେଉଛନ୍ତି। ନିକଟରେ ଟିକ୍‌ଟକ୍‌ରେ ସିଂହଙ୍କ ଫଟୋ ଉଠାଉଥିବା କିଛି ପିଲାଙ୍କ ଭିଡିଓ ଭାଇରାଲ ହୋଇଛି। ଏଥିରେ ସିଂହ ରାଗିଯାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ସଫାରୀରେ ସିଂହ ଓ ସିଂହୀ ରାସ୍ତାରେ ଶୋଇଛନ୍ତି। ସିଂହଙ୍କୁ ଦେଖି କିଛି ପିଲା ଗାଡ଼ିର ଝରକା ପଟେ ଫଟୋ ଉଠାଉଛନ୍ତି। ସିଂହ ବି ବିଶ୍ରାମ ମୁଦ୍ରାରେ ରହିଛି। କିନ୍ତୁ ପିଲାମାନେ ଗ୍ଲାସ୍‌ ବାହାରକୁ ଆସି ଭଲ ଭାବେ ଫଟୋ ଉଠାଇବାକୁ ଚାହିଁବାରୁ କ୍ୟାମେରା କ୍ଲିକ୍‌ ଶବ୍ଦ ଶୁଣି ହଠାତ୍‌ ସିଂହ ଉଠିଯାଇ ଗର୍ଜନ କରୁଛି। ସିଂହୀ ବି ଆଲର୍ଟ ହୋଇ ଉଠି ପଛକୁ ପଳାଉଛି।

ଏହାସହ ପଢ଼ନ୍ତୁ: ମହିଳା କମିଶନର ଅଧ୍ୟକ୍ଷାଙ୍କ ଘୋଷଣା, ଦୁଷ୍କର୍ମକାରୀଙ୍କୁ ଫାଶୀ ନ ମିଳିବା ଯାଏଁ ବସିବେ ଅନଶନରେ

ସିଂହଙ୍କ ଏଭଳି ରିଆକ୍ସନ୍‌ ଦେଖି ପିଲାମନେ ଭୟ କରି ତୁରନ୍ତ କାର୍‌ ଭିତରକୁ ଯାଇ ଗ୍ଲାସ୍‌ ଉଠାଇ ବସିଯାଉଛନ୍ତି। ଟିକ୍‌ଟକ୍‌ରେ ରାଜ ଚକ୍ରବର୍ତ୍ତୀ ନାମକ ଜଣେ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.