Below header

କେଜରିୱାଲ ସରକାରଙ୍କ ବଡ ଘୋଷଣା, ଏଣିକି ଦିଲ୍ଲୀରେ ମିଳିବ ୧୫ ଜିବି ମାଗଣା ଡାଟା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୀୱାଲ ଆଜି ଏକ ବଡ ଯୋଜନା ଘୋଷଣା କରିଛନ୍ତି । ଦିଲ୍ଲୀ ଵିଧାନସଭା ନିର୍ବାଚନ ପୂର୍ବରୁ ସେ ଏହି ଯୋଜନା ଘୋଷଣା କରି ଥିବା ଜଣାଯାଇଛି । ଏଣିକି ରାଜଧାନୀ ଦିଲ୍ଲୀରେ ୧୧,୦୦୦ ସ୍ଥାନରେ ହଟ ସ୍ପଟ ଲଗାଯିବ । ଯାହାଦ୍ୱାରା ଦିଲ୍ଲୀର ପ୍ରତି ୟୁଜର୍ସଙ୍କୁ ମାସକୁ ୧୫ ଜିବି ଡାଟା ମାଗଣା ମିଳି ପାରିବ । ଏବାବଦରେ ବର୍ଷକୁ ଦିଲ୍ଲୀ ସରକାର ୧୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ଯୋଜନା କରିଛନ୍ତି । ସୂଚନା ଦେବା ଯୋଗ୍ୟଯେ ୨୦୧୫ ମସିହା ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଆମ ଆଦମୀ ପାର୍ଟି ଦିଲ୍ଲୀ ବାସୀଙ୍କୁ ଫ୍ରି ୱାଇଫାଇ ସୁବିଧା ଯୋଗେଇବେ ବୋଲି ପ୍ରତିଶୃତି ଦେଇଥିଲେ । ତେଣୁ ଆଗକୁ ବିଧାନସଭା ନିର୍ବାଚନକୁ ଲକ୍ଷରେ ରଖି ଦିଲ୍ଲୀ ସରକାର ଏପରି ଏକ ବଡ ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଡିସେମ୍ବର ମାସ ୧୬ ତାରିଖରେ ୧୦୦ ହଟ ସ୍ପଟକୁ ଲୋକାର୍ପିତ କରାଯିବ । ପ୍ରଥମ ସପ୍ତାହରେ ୧୦୦ ଓ ତା’ ପର ସପ୍ତାହ ଗୁଡିକରେ ୫୦୦ ଲେଖାଏଁ ହଟ ସ୍ପଟ ଲଗାଯିବ । ଦିଲ୍ଲୀର ପ୍ରତି ଅଧ କିଲୋମିଟର ରାସ୍ତାରେ ହିଁ ହଟ ସ୍ପଟ ଲଗାଯିବାର ବ୍ୟବସ୍ଥା କରାଯିବ । ୱାଇଫାଇର ସ୍ପିଡ଼ ସର୍ବନିମ୍ନ ୧୦୦ ଏମବିପିଏସ ରଖାଯିବା ସହ ସର୍ବାଧିକ ସ୍ପିଡ଼ ୨୦୦ ଏମବିପିଏସ ରଖାଯିବ । ଗୋଟେ ହଟ ସ୍ପଟରେ ପ୍ରାୟ ୧୦୦ ଲୋକ ଇଣ୍ଟରନେଟ ବ୍ୟବହାର କରିପାରିବେ । ଇଣ୍ଟରନେଟ ସୁବିଧା ପାଇବା ପାଇଁ ଏକ ସ୍ୱତନ୍ତ୍ର ଅଞ୍ଚଳରେ ଆପର ବ୍ୟବସ୍ଥା ମଧ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.