ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟ୍ ହ୍ୟାକ୍ ହୋଇଛି । ଆକାଉଣ୍ଟରେ ଡିସ୍ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି। ଟିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଏହି ଅସୁବିଧାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ । ଆଶ୍ଚର୍ଯ୍ୟର କଥା ଆକାଉଣ୍ଟ ହ୍ୟାକ୍ ହେବା ପରେ କୌଣସି ଆପତ୍ତିଜନକ, ଅପମାନଜନକ କିମ୍ବା ଟିଏମସି ବିରୋଧୀ ଟିପ୍ପଣୀ ପୋଷ୍ଟ କରାଯାଇନାହିଁ ।
ତେବେ ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଟ୍ଵିଟରରେ କୌଣସି ପୋଷ୍ଟ କରିନାହିଁ। ‘ୟୁଗୋ ଲ୍ୟାବ୍ସ’ ହେଉଛି ଆମେରିକାରେ ଥିବା ବ୍ଲକଚେନ୍ ଟେକ୍ନୋଲୋଜି କମ୍ପାନୀ। ଯାହାକି ଏନ୍ଏଫ୍ଟି ଏବଂ ଡିଜିଟାଲ୍ କଲେକ୍ଟିବିଲର ବିକାଶ କରେ। କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ୍ ମିଡିଆ ଏହାର ଉଦାହରଣ। ଟିଏମସିର ଟ୍ଵିଟର ଲୋଗୋରେ କଳା ରଙ୍ଗର ଫଣ୍ଟରେ Y ସେପ ଦେଖିବାକୁ ମିଳିଛି। ଏହା ପରେ ଟ୍ଵିଟ୍ କରି କୁହାଯାଇଛି ୟୁଗୋ ଲ୍ୟାବ୍ସ ଶେଷ ଟ୍ଵିଟ୍ ପଢନ୍ତୁ ।
ଗତବର୍ଷ ଏପ୍ରିଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। କେହି ଜଣେ ୟୁପି ସିଏମଓଙ୍କ ଟ୍ଵିଟର ହ୍ୟାଣ୍ଡେଲର ବ୍ୟବହାର କରି ଏକ ପୋଷ୍ଟ ପବ୍ଲିସ କରିବା ପରେ ଘଟଣା ବିଷୟରେ ଜାଣିବାକୁ ମିଳିଥିଲା ।
ସେହିପରି ଗତବର୍ଷ ଡିସେମ୍ବର ୱାଇଏସ୍ଆର୍ କଂଗ୍ରେସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ତାପରେ ଆକାଉଣ୍ଟରେ କ୍ରିପ୍ଟୋ କରେନ୍ସିର ପ୍ରମୋସନ କରାଯାଇଥିଲା। ସେହିପରି ଡିସ୍ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇ ବୋର୍ଡ ଆପେ ୟ୍ୟାଚ୍ କ୍ଲବ୍ ହୋଇ ଯାଇଥିଲା। ସେହିଭଳି ଗତ ଅକ୍ଟୋବରରେ ତେଲୁଗୁ ଦେଶମ ପାର୍ଟିର ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା।
ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…
ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…
ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ…
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …
ସୋର : କୋଇଲା ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…