• Likes
  • Followers
  • Followers
  • Subscribers
  • Subscribe
  • Thursday, June 12, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ଦେଶ ବିଦେଶ
  • ତୃଣମୂଳ କଂଗ୍ରେସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌, ବଦଳିଲା ନାମ ଏବଂ ଫଟୋ

ତୃଣମୂଳ କଂଗ୍ରେସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌, ବଦଳିଲା ନାମ ଏବଂ ଫଟୋ

ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟ୍ ହ୍ୟାକ୍‌ । ଆକାଉଣ୍ଟରେ ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍‌ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି।

By Swagatika Last updated Feb 28, 2023
tmc
Photo credit: The print
WhatsApp Banner

ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟ୍ ହ୍ୟାକ୍‌ ହୋଇଛି । ଆକାଉଣ୍ଟରେ ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍‌ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି। ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ଅସୁବିଧାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ । ଆଶ୍ଚର୍ଯ୍ୟର କଥା ଆକାଉଣ୍ଟ ହ୍ୟାକ୍‌ ହେବା ପରେ କୌଣସି ଆପତ୍ତିଜନକ, ଅପମାନଜନକ କିମ୍ବା ଟିଏମସି ବିରୋଧୀ ଟିପ୍ପଣୀ ପୋଷ୍ଟ କରାଯାଇନାହିଁ ।

ତେବେ ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଟ୍ଵିଟରରେ କୌଣସି ପୋଷ୍ଟ କରିନାହିଁ। ‘ୟୁଗୋ ଲ୍ୟାବ୍ସ’ ହେଉଛି ଆମେରିକାରେ ଥିବା ବ୍ଲକ‌ଚେନ୍ ଟେକ୍‌ନୋଲୋଜି କମ୍ପାନୀ। ଯାହାକି ଏନ୍‌ଏଫ୍‌ଟି ଏବଂ ଡିଜିଟାଲ୍ କଲେକ୍ଟିବିଲର ବିକାଶ କରେ। କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ୍ ମିଡିଆ ଏହାର ଉଦାହରଣ। ଟିଏମସିର ଟ୍ଵିଟର ଲୋଗୋରେ କଳା ରଙ୍ଗର ଫଣ୍ଟରେ Y ସେପ ଦେଖିବାକୁ ମିଳିଛି। ଏହା ପରେ ଟ୍ଵିଟ୍‌ କରି କୁହାଯାଇଛି ୟୁଗୋ ଲ୍ୟାବ୍ସ ଶେଷ ଟ୍ଵିଟ୍‌ ପଢନ୍ତୁ ।

Mamata Banerjee-led TMC’s Twitter account appeared to be hacked#TMCTwitterHandle #Twitter #TMC
Read- https://t.co/r6E6jZXRaf

— India TV (@indiatvnews) February 28, 2023

ଗତବର୍ଷ ଏପ୍ରିଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା। କେହି ଜଣେ ୟୁପି ସିଏମଓଙ୍କ ଟ୍ଵିଟର ହ୍ୟାଣ୍ଡେଲର ବ୍ୟବହାର କରି ଏକ ପୋଷ୍ଟ ପବ୍ଲିସ କରିବା ପରେ ଘଟଣା ବିଷୟରେ ଜାଣିବାକୁ ମିଳିଥିଲା ।

ସେହିପରି ଗତବର୍ଷ ଡିସେମ୍ବର ୱାଇଏସ୍‌ଆର୍ କଂଗ୍ରେସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ତାପରେ ଆକାଉଣ୍ଟରେ କ୍ରିପ୍ଟୋ କରେନ୍ସିର ପ୍ରମୋସନ କରାଯାଇଥିଲା। ସେହିପରି ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇ ବୋର୍ଡ ଆପେ ୟ୍ୟାଚ୍ କ୍ଲବ୍ ହୋଇ ଯାଇଥିଲା। ସେହିଭଳି ଗତ ଅକ୍ଟୋବରରେ ତେଲୁଗୁ ଦେଶମ ପାର୍ଟିର ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା।

TMCtwitter account hacked
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା: ଗଭୀର ଦୁଃଖ ପ୍ରକାଶ…

    Jun 12, 2025 0
  • ଗୁଜରାଟରେ ବଡ଼ଧରଣର ବିମାନ ଦୁର୍ଘଟଣା, ଜାରି ରହିଛି ଅପଡେଟ…

    Jun 12, 2025 0
  • ମୁମ୍ବାଇ ଅଣୁଶକ୍ତି ନଗରରେ ଜ୍ୟେଷ୍ଠ ପୂର୍ଣ୍ଣିମା ମହୋତ୍ସବ…

    Jun 12, 2025 0
  • ଅହମ୍ମଦାବାଦ ବିମାନ ଦୁର୍ଘଟଣା, ତୁରନ୍ତ କାର୍ଯ୍ୟାନୁଷ୍ଠାନ…

    Jun 12, 2025 0
  • ଗୁଜରାଟରରେ ବିମାନ ଦୁର୍ଘଟଣା : ହେଲ୍ପଲାଇନ୍‌ ନମ୍ବର ଜାରି କଲା…

    Jun 12, 2025 0
  • ସବୁଦିନ ନୂଆ ରେକର୍ଡ କରୁଛି ‘ହାଉସଫୁଲ ୫ ‘

    Jun 12, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ