ଦେଶ ବିଦେଶ

ଆଜି ଏୟାଫୋର୍ସ ଡେ: ଭାରତୀୟ ବାୟୁସେନାକୁ ପୂରିବ ୯୦ ବର୍ଷ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନା ଦିବସ । ଏୟାଫୋର୍ସକୁ ପୂରିବ ୯୦ ବର୍ଷ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଏୟାରଫୋର୍ସ ଡେ ଭାବରେ ପାଳନ କରାଯାଉଛି । ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ବଡ଼ ବାୟୁସେନା । ଭାରତ ଓ ପାକିସ୍ତାନ ବିଭାଜନ ପୂର୍ବରୁ ଭାରତୀୟ ବାୟୁସେନାର ସ୍ଥାପନ ହୋଇସାରିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବାୟୁସେନା ସାମିଲ ହୋଇଥିଲା । ଭାରତ ସ୍ୱାଧୀନ ହେବା ପରଠୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ୫ଟି ଯୁଦ୍ଧ ଲଢିଛି । ପାକିସ୍ତାନ ବିରୋଧରେ ୧୯୪୮, ୧୯୬୫, ୧୯୭୧ ଏବଂ ୧୯୯୯ ଯୁଦ୍ଧରେ ସାମିଲ ହୋଇଥିଲା ଏୟାରଫୋର୍ସ । ୧୯୬୨ରେ ଚୀନ୍‌ ସହ ଯୁଦ୍ଧରେ ବୋସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଅପରେସନ୍‌ ବିଜୟ, ଅପରେସନ୍‌ ମେଘଦୂତ୍‌, ଅପରେସନ୍‌ କାକଟସ୍‌ ଏବଂ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ ଭାରତୀୟ ବାୟୁସେନା ତାର ପରାକାଷ୍ଠା ଦେଖାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନାରେ ୧୬୪୫ ଏୟାରକ୍ରାଫ୍ଟ ସାମିଲ ଅଛି ।

Sonalisa

Recent Posts

‘ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିବୁ ବିହାର ବିଧାନସଭା ନିର୍ବାଚନ’: ବିଜେପିର ବଡ଼ ଘୋଷଣା

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି…

7 mins ago

ପବିତ୍ର ସାବିତ୍ରୀ ବ୍ରତ ପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହା ସମସ୍ତ ସଧବା ନାରୀଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ । ଏଥିପାଇଁ ଯାଜପୁରର…

10 mins ago

ଗାଁରେ ବଢ଼ିବାରେ ଲାଗିଛି ତାଳସଜର ଚାହିଦା, ଗରିବ ଲୋକଙ୍କୁ ଯୋଗାଉଛି ରୋଜଗାରର ପନ୍ଥା

ପୁରୁଷୋତ୍ତମପୁର (କେନ୍ୟୁଜ): ଖରାଦିନ ଆସିଲେ ଶରୀରକୁ ଅଧିକ ପରିମାଣରେ ଜଳର ଆବଶ୍ୟକତା ରହିଥାଏ ସେଥିପାଇଁ ତ ଲୋକେ ତରଭୁଜ, ଆମ୍ବ,…

1 hour ago

ଡୁଙ୍ଗୁରିପାଲି ସହରରେ ବଡ଼ ଧରଣର ଲୁଟ, ବନ୍ଧୁକ ମୁନରେ ଲୁଟିଲେ ୫ ଲକ୍ଷ

ବିନିକା (କେନ୍ୟୁଜ): ବେଧଡ଼କ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ । ନା…

1 hour ago

ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ ଭାଇଭଉଣୀ

ନୟାଗଡ : ମେଡିକାଲ ବେଡରେ ଶୋଇରହିଛନ୍ତି ପୁଅ ଝିଅ । ଛୁଆ ଦୁହିଁଙ୍କ ଶବକୁ ଧରି ଭୋ ଭୋ ହୋଇ…

1 hour ago

ସରକାର ଗଠନ ପୂର୍ବରୁ ଏନଡିଏର ବଢିଲା ଟେନସନ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ଦାବି କରୁଛନ୍ତି ପ୍ରମୁଖ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି…

1 hour ago