Below header

ଆଜି ଏୟାଫୋର୍ସ ଡେ: ଭାରତୀୟ ବାୟୁସେନାକୁ ପୂରିବ ୯୦ ବର୍ଷ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନା ଦିବସ । ଏୟାଫୋର୍ସକୁ ପୂରିବ ୯୦ ବର୍ଷ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଏୟାରଫୋର୍ସ ଡେ ଭାବରେ ପାଳନ କରାଯାଉଛି । ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ବଡ଼ ବାୟୁସେନା । ଭାରତ ଓ ପାକିସ୍ତାନ ବିଭାଜନ ପୂର୍ବରୁ ଭାରତୀୟ ବାୟୁସେନାର ସ୍ଥାପନ ହୋଇସାରିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବାୟୁସେନା ସାମିଲ ହୋଇଥିଲା । ଭାରତ ସ୍ୱାଧୀନ ହେବା ପରଠୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ୫ଟି ଯୁଦ୍ଧ ଲଢିଛି । ପାକିସ୍ତାନ ବିରୋଧରେ ୧୯୪୮, ୧୯୬୫, ୧୯୭୧ ଏବଂ ୧୯୯୯ ଯୁଦ୍ଧରେ ସାମିଲ ହୋଇଥିଲା ଏୟାରଫୋର୍ସ । ୧୯୬୨ରେ ଚୀନ୍‌ ସହ ଯୁଦ୍ଧରେ ବୋସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଅପରେସନ୍‌ ବିଜୟ, ଅପରେସନ୍‌ ମେଘଦୂତ୍‌, ଅପରେସନ୍‌ କାକଟସ୍‌ ଏବଂ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ ଭାରତୀୟ ବାୟୁସେନା ତାର ପରାକାଷ୍ଠା ଦେଖାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନାରେ ୧୬୪୫ ଏୟାରକ୍ରାଫ୍ଟ ସାମିଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.