ଦେଶ ବିଦେଶ

ସେପ୍ଟେମ୍ବର ୧୭ ହେବ ଖାସ୍‌! ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଉଡ଼ାଯିବ ତ୍ରିରଙ୍ଗା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ନୂଆ ସଂସଦ ଭବନରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ୫ ଦିବସୀୟ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ସଂସଦ ଭବନର ଗଜଦ୍ୱାରଠାରେ ତ୍ରିରଙ୍ଗା ପତାକା ଉଡ଼ାଯିବ।

ସୂତ୍ରରୁ ଜଣାପଡ଼ିଛି ଯେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରଠାରେ ତ୍ରିରଙ୍ଗା ପତାକା ଉଡ଼ାଇବେ। ଏହି ସମୟରେ ପିଏମ୍‌ ମୋଦି ମଧ୍ୟ ସେଠାରେ ଉପସ୍ଥିତ ରହିପାରନ୍ତି। କହି ରଖୁଛୁ, ୧୭ ତାରିଖ ହେଉଛି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହା ସହିତ ସେପ୍ଟେମ୍ବର ୧୯ରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ପୁରୁଣା ସଂସଦ ଭବନରୁ ନୂଆ ସଂସଦ ଭବନକୁ ସିଫ୍ଟିଂ କାର୍ଯ୍ୟକ୍ରମ ହେବ।

ସେପଟେ ନୂଆ ସଂସଦ ଭବନରେ ୫ ଦିବସୀୟ ସ୍ୱତନ୍ତ୍ର ଅଧିବେଶନର ମୂଳ ଉଦ୍ଦେଶ୍ୟ କ’ଣ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି, ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ କେନ୍ଦ୍ର ସରକାର ଏଥିରେ କିଛି ବିଲ୍ ଆଣିପାରନ୍ତି। କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ବିଲ୍ ଏହି ଅଧିବେଶନରେ ଅଣାଯାଇ ପାରେ। ତେବେ ଏ ନେଇ ଏ ପର୍ଯ୍ୟନ୍ତ କିଛି ବି ଆନୁଷ୍ଠାନିକ ଭାବେ କୁହାଯାଇ ନାହିଁ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago