ଦେଶ ବିଦେଶ

ସାଙ୍ଗ ହେବ ତ ଏମିତି, ସାଙ୍ଗକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଗଲେ ଦୁଇ ମହିଳା

ସାଙ୍ଗକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲେ ଦୁଇ ମହିଳା । ଏହି ଦୁଇ ମହିଳା ବାଘ ସହ ଲଢ଼ି ନିଜ ସାଙ୍ଗକୁ ମୃତ୍ୟୁ ମୁଖରୁ ନେଇଆସିଛନ୍ତି । ଏଭଳି ଏକ ଘଟଣା ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାରେ ଘଟିଛି । ମଙ୍ଗଳବାର ଅର୍ଥାତ ଗତ ୨୬ ତାରିଖ ଦିନ ଚମ୍ପାୱତ ଜିଲ୍ଲାର ବୁନ ଜଙ୍ଗଲକୁ ୩ ଜଣ ମହିଳା ଗୀତା ଦେବୀ, ଜାନକୀ ଦେବୀ ଓ ପାର୍ବତୀ ଦେବୀ ଘାସ ଆଣିବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିଲା । ଘାସ ଆଣିବା ସମୟରେ ଏହି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଗୀତା ଦେବୀଙ୍କୁ ଏକ ବାଘ ଆକ୍ରମଣ କରିଥିଲା ।

ବୁନ ଜଙ୍ଗଲ ରେଞ୍ଜର ଗୁଲଜାର ହୁସେନ କହିଛନ୍ତି ଗୀତା ଦେବୀଙ୍କୁ ଏହି ବାଘ କିଛି ବାଟ ଜଙ୍ଗଲ ଆଡକୁ ଟାଣି ନେଇଥିଲା । ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି । ଏହି ଶବ୍ଦ ଶୁଣିବା ପରେ ଜାନକୀ ଓ ପାର୍ବତୀ ଖୁବ ସାହାସିକତା ଦେଖାଇଥିଲେ । ଉଭୟ ଖୁବ ସାହସ କରି ବାଘ ସହିତ ଧାରୁଆ ଅସ୍ତ୍ର ଏବଂ ବାଡ଼ିରେ ଲଢ଼ିଥିଲେ । କିନ୍ତୁ ଏଥିରେ କୌଣସି ସଫଳତା ନ ମିଳିବାରୁ ଉଭୟ ଏହି ବାଘ ଉପରକୁ ପଥର ଫିଙ୍ଗିଥିଲେ ଏବଂ ସେମାନଙ୍କ ଅନେକ ଉଦ୍ୟମ ଶେଷରେ ଏହି ବାଘ ଗୀତାଙ୍କୁ ଗୁରୁତର ଅବସ୍ଥାରେ ଛାଡି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ରକ୍ତ ଜୁଡୁବୁଡୁ ଏବଂ ଚେତାଶୂନ୍ୟ ଅବସ୍ଥାରେ ଗୀତାଙ୍କୁ ଅନ୍ୟ ଦୁଇ ମହିଳା ଜଙ୍ଗଲରୁ ବାହାର ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ ।

ସୂଚନା ମୁତାବକ ଏହାପରେ ସାମାଜିକ କର୍ମୀ ଗଣେଶ ସିଂ ଏବଂ ଅନ୍ୟ କିଛି ଲୋକ ଗୀତାଙ୍କୁ ତାନକପୁରର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡକ୍ଟର ମହମ୍ମଦ ଆଫତାବ କହିଛନ୍ତି ଯେ, ବାଘର ପଞ୍ଝାରେ ଆକ୍ରମଣ ଯୋଗୁଁ ମହିଳାଙ୍କ ମୁଣ୍ଡରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କ ମୁଣ୍ଡରେ ପ୍ରାୟ ୨୪ ଟି ଷ୍ଟିଚ ପଡିଛି । ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶାରଦା ରେଞ୍ଜ ବନ ଅଧିକାରୀ ପୁରନ ଚନ୍ଦ୍ର ଯୋଶୀ, ଏସଡିଏମ ଆକାଶ ଯୋଶୀ ଏବଂ ବିଧାୟକ ଦୀପକ ରଜୱାର ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ ।

ସିଟି ସ୍କାନ ଏବଂ ଅଧିକ ଚିକିତ୍ସା ପାଇଁ ଡାକ୍ତର ଗୀତାଙ୍କୁ ହାଲଦ୍ୱାନୀର ଏକ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ । ଜାନକୀ ଏବଂ ପାର୍ବତୀଙ୍କ ସାହସିକତା ଏବଂ ଉପସ୍ଥିତିକୁ ପ୍ରଶଂସା କରି ହୁସେନ୍ ଏହି ଅଞ୍ଚଳରେ ବାଘର ଉପସ୍ଥିତିକୁ ନିଶ୍ଚିତ କରିଥିଲେ । ଅଧିକାରୀ ବର୍ତ୍ତମାନ ଗ୍ରାମବାସୀଙ୍କୁ ଆଗାମୀ ଦିନରେ ଜଙ୍ଗଲରେ ପ୍ରବେଶ ନକରିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳରେ ପାଟ୍ରୋଲିଂ ମଧ୍ୟ ଜୋରଦାର କରାଯାଇଛି ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

43 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago