ସ୍ପେଶାଲ

ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁଆ ଆହତ

କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନ୍‌କାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ଼ ପକ୍ଷରୁ ରଘୁ ବିଶ୍ୱାଳକୁ ଏନ୍‌କାଉଣ୍ଟର କରାଯାଇଛି। ଗୁରୁତର ଅବସ୍ଥାରେ ରଘୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି। କୁଖ୍ୟାତ ଅପରାଧୀର ରଘୁର ଗୋଡ଼ରେ ବାଜିଛି ଗୁଳି ।

ସୁଚନା ମୁତାବିକ୍‌, ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ବାଲିଯାତ୍ରା ପଡ଼ିଆରେ ବୁଲୁଥିଲେ । ସେହି ରାସ୍ତା ଦେଇ ପୋଲିସ ଯାଉଥିଲେ। ପୋଲିସଙ୍କର ରଘୁଆ ତା ସହଯୋଗୀ ଉପରେ ପଡ଼ିଥିଲା ନଜର। ପୋଲିସ ସେମାନଙ୍କ ପିଛା କରି ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ୩ ରାଉଣ୍ଡ ଗୁଳିମାଡ଼ ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା ହୋଇଥିଲା । ଯେଉଁଥିରେ ରଘୁର ବାମ ଗୋଡ଼ରେ ବାଜିଥିଲା ଗୁଳି। ତଳେ ଟଳି ପଡ଼ିଥିଲା ରଘୁଆ। ଏହି ସମୟରେ ରଘୁଆର ସହଯୋଗୀ ଘଟଣାସ୍ଥଳରୁ ଛୁ ମାରିଥିଲା।

ତେବେ ରଘୁକୁ ପୋଲିସ କାବୁ କରିଥିବା ବେଳେ ତା ନିକଟରୁ ୭.୫ ଏମ୍‌ଏମ୍‌ର ଏକ ପିସ୍ତଲ ଜବତ କରିଛି। ଆହତ ଅବସ୍‌ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ପୋଲିସ ତାଙ୍କୁ ପିଛା କରିବାରୁ ସେମାନେ ପୁଲିସ୍‌ ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ପୁଲିସ୍‌ ପାଲଟା ଗୁଳି ଚାଳନା କରିଥିଲା । ପୋଲିସ ଗୁଳିରେ ରଘୁ ବିଶ୍ୱାଳ ଆହତ ହୋଇଥିବା ବେଳେ ତା ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ତା ନାଁରେ ୧୫ରୁ ଅଧିକ ଡକାୟତି ଓ ରାହାଜାନି ମାମଲା ରହିଛି । ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି। ଏନେଇ ଅଭିଯୁକ୍ତଙ୍କୁ ଖୋଜିବାକୁ ମଞ୍ଚେଶ୍ୱର ଥାନା ପୁଲିସ୍‌ ଓ ସ୍ପେଶାଲ ଫୋର୍ସ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛନ୍ତି । ଖୁବ୍‌ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

5 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

5 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

6 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

6 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

7 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

8 hours ago