Categories: News

ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ 5T ସଚିବ, ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଲେ ଭି କେ ପାଣ୍ଡିଆନ୍

ଚର୍ଚ୍ଚାରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି 5T ସଚିବ ।

ଗତ କାଲି ଆରଡ଼ି ବାଇପାସ ରୋଡରେ ସଭା ସରିବା ପରେ ଗାଡ଼ିରେ ବସି ସଭା ସ୍ତଳରୁ ପାଣ୍ଡିଆନ୍‌ ବାହାରୁଥିଲେ । ଠିକ୍‌ ଏହି ସମୟରେ ଆରଡ଼ି ଅଞ୍ଚଳର କବିତା ସାହୁ ନାମକ ଜଣେ ମହିଳା ତାଙ୍କ ଗାଡ଼ି ଆଗରେ ଛିଡ଼ା ହୋଇ ପାଣ୍ଡିଆନ୍ ଙ୍କୁ ଦେଖା କରିବାକୁ ଜିଦ ଧରିଥିଲେ । ସଙ୍ଗେ ସଙ୍ଗେ ପାଣ୍ଡିଆନ୍ ତାଙ୍କୁ ନିଜ ପାଖକୁ ଡାକିଥିଲେ ଏବଂ ମହିଳାଙ୍କର ଦୁଃଖ ଶୁଣିଥିଲେ । ମହିଳାଙ୍କ ଦୁଃଖ ଶୁଣିବା ପରେ ତୁରନ୍ତ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ପାଣ୍ଡିଆନ୍‌ ।

ସୂଚନା ଅନୁସାରେ ମହିଳା ଜଣଙ୍କ ୧୫ ବର୍ଷ ତଳେ ଚାନ୍ଦବାଲି କିସମତ ଗାଁରେ ବିବାହ କରିଥିଲେ । ହେଲେ ବିବାହର ଛଅ ମାସ ପରେ ସ୍ୱାମୀ ଠାରୁ ଅଲଗା ହୋଇ ରହୁଛନ୍ତି । ତାଙ୍କର ୧୦ ବର୍ଷର ପୁଅଟିଏ ମଧ୍ୟ ଅଛି । ହେଲେ କବିତା ସାହୁ ବର୍ତ୍ତମାନ ଲିଭର ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରୋଗରେ ପୀଡିତ । ଏବେ ତାଙ୍କୁ କିଛି ସରକାରୀ ସାହାଯ୍ୟ ମିଳୁନାହିଁ ଓ ସେ ତାଙ୍କ ପୁଅକୁ କିପରି ପାଳିବେ ଏବଂ ତାଙ୍କ ପାଖରେ କିଛି ନାହିଁ ବୋଲି ଭି କେ ପାଣ୍ଡିଆନଙ୍କୁ କହିଥିଲେ । ଏକଥା ଶୁଣିବା ପରେ ତୁରନ୍ତ ଜିଲ୍ଲାପାଳଙ୍କୁ ବ୍ୟବସ୍ଥା କରିବାକୁ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଥିଲେ । ସଙ୍ଗେ ସଙ୍ଗେ ଚାନ୍ଦବାଲି ବିଡିଓ ଆରଡ଼ି ପଞ୍ଚାୟତ ଜିଆରଏସଙ୍କ ହାତରେ ୩୦ ହଜାର ଟଙ୍କା ସହାୟତା ରାଶି କବିତା ସାହୁଙ୍କୁ ପ୍ରଦାନ କରିଥିଲେ । ଏହା ସହିତ ତାଙ୍କୁ ପକ୍କା ଘର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ଏ ବାବଦରେ ଚାନ୍ଦବାଲି ବିଡିଓଙ୍କୁ ପଚାରିବାରୁ ଫାଇଭି ଟି ଅଧକ୍ଷଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ଭି.କେ ପାଣ୍ଡିଆନଙ୍କ ମହାନତା ପାଇଁ ମହିଳାଙ୍କ ମୁହଁରେ ହସ ଫୁଟି ଉଠିଛି । ତାଙ୍କ ଦୁଃଖକୁ କେହି ଶୁଣୁନଥିବା ବେଳେ ୫ଟି ସଚିବଙ୍କ ସହାୟତା ତାଙ୍କ ଦୁଃଖକୁ ଦୂର କରିଛି ।

 

Subhalaxmi Das

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago