Below header

ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ 5T ସଚିବ, ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଲେ ଭି କେ ପାଣ୍ଡିଆନ୍

ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି 5T ସଚିବ ।

ଚର୍ଚ୍ଚାରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି 5T ସଚିବ ।

ଗତ କାଲି ଆରଡ଼ି ବାଇପାସ ରୋଡରେ ସଭା ସରିବା ପରେ ଗାଡ଼ିରେ ବସି ସଭା ସ୍ତଳରୁ ପାଣ୍ଡିଆନ୍‌ ବାହାରୁଥିଲେ । ଠିକ୍‌ ଏହି ସମୟରେ ଆରଡ଼ି ଅଞ୍ଚଳର କବିତା ସାହୁ ନାମକ ଜଣେ ମହିଳା ତାଙ୍କ ଗାଡ଼ି ଆଗରେ ଛିଡ଼ା ହୋଇ ପାଣ୍ଡିଆନ୍ ଙ୍କୁ ଦେଖା କରିବାକୁ ଜିଦ ଧରିଥିଲେ । ସଙ୍ଗେ ସଙ୍ଗେ ପାଣ୍ଡିଆନ୍ ତାଙ୍କୁ ନିଜ ପାଖକୁ ଡାକିଥିଲେ ଏବଂ ମହିଳାଙ୍କର ଦୁଃଖ ଶୁଣିଥିଲେ । ମହିଳାଙ୍କ ଦୁଃଖ ଶୁଣିବା ପରେ ତୁରନ୍ତ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ପାଣ୍ଡିଆନ୍‌ ।

ସୂଚନା ଅନୁସାରେ ମହିଳା ଜଣଙ୍କ ୧୫ ବର୍ଷ ତଳେ ଚାନ୍ଦବାଲି କିସମତ ଗାଁରେ ବିବାହ କରିଥିଲେ । ହେଲେ ବିବାହର ଛଅ ମାସ ପରେ ସ୍ୱାମୀ ଠାରୁ ଅଲଗା ହୋଇ ରହୁଛନ୍ତି । ତାଙ୍କର ୧୦ ବର୍ଷର ପୁଅଟିଏ ମଧ୍ୟ ଅଛି । ହେଲେ କବିତା ସାହୁ ବର୍ତ୍ତମାନ ଲିଭର ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରୋଗରେ ପୀଡିତ । ଏବେ ତାଙ୍କୁ କିଛି ସରକାରୀ ସାହାଯ୍ୟ ମିଳୁନାହିଁ ଓ ସେ ତାଙ୍କ ପୁଅକୁ କିପରି ପାଳିବେ ଏବଂ ତାଙ୍କ ପାଖରେ କିଛି ନାହିଁ ବୋଲି ଭି କେ ପାଣ୍ଡିଆନଙ୍କୁ କହିଥିଲେ । ଏକଥା ଶୁଣିବା ପରେ ତୁରନ୍ତ ଜିଲ୍ଲାପାଳଙ୍କୁ ବ୍ୟବସ୍ଥା କରିବାକୁ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଥିଲେ । ସଙ୍ଗେ ସଙ୍ଗେ ଚାନ୍ଦବାଲି ବିଡିଓ ଆରଡ଼ି ପଞ୍ଚାୟତ ଜିଆରଏସଙ୍କ ହାତରେ ୩୦ ହଜାର ଟଙ୍କା ସହାୟତା ରାଶି କବିତା ସାହୁଙ୍କୁ ପ୍ରଦାନ କରିଥିଲେ । ଏହା ସହିତ ତାଙ୍କୁ ପକ୍କା ଘର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ଏ ବାବଦରେ ଚାନ୍ଦବାଲି ବିଡିଓଙ୍କୁ ପଚାରିବାରୁ ଫାଇଭି ଟି ଅଧକ୍ଷଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ଭି.କେ ପାଣ୍ଡିଆନଙ୍କ ମହାନତା ପାଇଁ ମହିଳାଙ୍କ ମୁହଁରେ ହସ ଫୁଟି ଉଠିଛି । ତାଙ୍କ ଦୁଃଖକୁ କେହି ଶୁଣୁନଥିବା ବେଳେ ୫ଟି ସଚିବଙ୍କ ସହାୟତା ତାଙ୍କ ଦୁଃଖକୁ ଦୂର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.