ମହାରାଷ୍ଟ୍ରରେ ଜଣେ ମହିଳା ଯାତ୍ରୀଙ୍କୁ ଉବର କାର୍ ନିଜେ ହିଁ ଚଲାଇବାକୁ ପଡ଼ିଛି। ଖବରରୁ ଜଣାପଡ଼ିଛି, ପୁନେଠାରୁ ପାଖାପାଖି ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ମହିଳା ଜଣକ କ୍ୟାବ୍ ବୁକ୍ କରିଥିଲେ। କିନ୍ତୁ କ୍ୟାବ୍ ଡ୍ରାଇଭରଙ୍କୁ ରାସ୍ତା ମଝିରେ ନିଦ ଆସିଥିଲା। ଫଳରେ ବାଧ୍ୟ ହୋଇ ମହିଳା ଯାତ୍ରୀ ନିଜେ ଷ୍ଟିୟରିଂ ସମ୍ଭାଳିଥିଲେ ଏବଂ କାର୍ ଚଲାଇ ମୁମ୍ବାଇ ପହଞ୍ଚିଥିଲେ। ଘଟଣାଟି ଘଟିଥିଲା ଗତ ଫେବୃୟାରୀ ୨୧ ତାରିଖରେ। କିନ୍ତୁ ଏହା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ୨୮ ବର୍ଷୀୟା ତେଜସ୍ୱିନୀ ଦିବ୍ୟା ନାୟକ ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓ ଜରିଆରେ ତେଜସ୍ୱିନୀ ଡ୍ରାଇଭରଙ୍କ ନାଁରେ ଉବର କମ୍ପାନୀରେ ଅଭିଯୋଗ ମଧ୍ୟ କରିଥିଲେ।
ତେଜସ୍ୱିନୀ କହିଥିଲେ ଯେ ‘ମୁଁ ପୁନେରୁ ଅନ୍ଧେରୀ(ମୁମ୍ବାଇ) ଯିବା ପାଇଁ ଉବର କ୍ୟାବ୍ ବୁକ୍ କରିଥିଲି। ଆରମ୍ଭରୁ ଡ୍ରାଇଭର ଲଗାତାର ଫୋନ୍ରେ କଥା ହୋଇ ଚାଲିଥିଲେ। ମୁଁ ତାଙ୍କୁ ଫୋନ୍ରେ କଥା ନ ହେବାକୁ କହିଥିଲି। ଯଦିଓ ସେ ଫୋନ୍ ରଖିଥିଲେ, କିନ୍ତୁ ତାଙ୍କୁ ହଠାତ୍ ନିଦ ଆସିଯାଇଥିଲା। ଗୋଟିଏ ଥର ଆକ୍ସିଡେଣ୍ଟ ହେଉ ହେଉ ବର୍ତ୍ତିଯାଇଥିଲୁ। ମୁଁ ଡ୍ରାଇଭରଙ୍କୁ କହିଥିଲି, ଯଦି ଆପଣଙ୍କୁ ଶୋଇବାର ଅଛି, ତା’ହେଲେ କିଛି ସମୟ ମୁଁ ଡ୍ରାଇଭ୍ କରିନେଉଛି। ପ୍ରଥମେ ସେ ମନା କରିଥିଲେ, କିନ୍ତୁ ପରେ ମୁଁ ଷ୍ଟିୟରିଂ ସମ୍ଭାଳିଥିଲି’।
ମହିଳା ଜଣକ ଆହୁରି କହିଥିଲେ, ‘ଯେତେବେଳେ ଅଧ ଘଣ୍ଟାର ରାସ୍ତା ବାକି ଥିଲା, ସେତେବେଳେ ଡ୍ରାଇଭରଙ୍କ ନିଦ ଭାଙ୍ଗିଥିଲା ଏବଂ ସେ କାର୍ ଚଲାଇଥିଲେ’। ତେବେ ତେଜସ୍ୱିନୀଙ୍କ ଅଭିଯୋଗ କ୍ରମେ କମ୍ପାନୀ ତରଫରୁ ଉକ୍ତ କ୍ୟାବ୍ ଡ୍ରାଇଭରଙ୍କୁ ସସ୍ପେଣ୍ଡ କରି ଦିଆଯାଇଛି। କମ୍ପାନୀ ଘଟଣା ପାଇଁ ଦୁଃଖ ପ୍ରକାଶ କରି କ୍ଷମା ମଧ୍ୟ ମାଗିଛି। ସୂଚନାଥାଉ କି, ତେଜସ୍ୱିନୀ ଜଣେ ଲେଖିକା, ସେ ଫିଲ୍ମ ପାଇଁ କାହାଣୀ ଲେଖିଥାଆନ୍ତି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…