ଦେଶ ବିଦେଶ

ଦେଶ ପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ୟୁକ୍ରେନ୍‌ର ମହିଳା ସାଂସଦ, ରୁଷ ବିରୋଧରେ ଉଠାଇଲେ ବନ୍ଧୁକ

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ। କେହି ବି ମୁଣ୍ଡ ନୁଆଇଁବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ବେଳକୁ ବେଳ ଏହି ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦେଶର ଜନତାଙ୍କୁ ଅସ୍ତ୍ର ଉଠାଇ ନିଜ ଜନ୍ମ ମାଟିକୁ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ସେ ଭିଡିଓ ଜାରି କରି କହିଛନ୍ତି- ସେ ୟୁକ୍ରେନ୍‌ରେ ଅଛନ୍ତି ଓ ଲୋକଙ୍କୁ ରକ୍ଷା କରିବା ପାଇଁ ଲଢ଼ୁଛନ୍ତି। ୟୁକ୍ରେନ୍‌ରେ ଅନ୍ୟ ନାଗରିକ ଓ ନେତା ମଧ୍ୟ ରୁଷକୁ ମୁକାବିଲା କରିବା ପାଇଁ ଅସ୍ତ୍ର ଉଠାଇଛନ୍ତି। ଇତି ମଧ୍ୟରେ ୟୁକ୍ରେନ୍‌ର ମହିଳା ସାଂସଦ କିରା ରୁଡିକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି।

ସାଂସଦ କିରା ରୁଡ଼ିକ ବନ୍ଧୁକ ଧରିଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ସାଂସଦ ଲେଖିଛନ୍ତି, ସେ କଲସନିକୋଭ୍‌ ବ୍ୟବହାର କରିବା ଜାଣିଛନ୍ତି। କିଛି ଦିନ ତଳେ ଏକଥା ତାଙ୍କ ମନକୁ ଆସିନଥିଲା। କିନ୍ତୁ ଏବେ ସେ ପୁରୁଷଙ୍କ ଭଳି ବନ୍ଧୁକ ଧରି ନିଜ ମାଟିକୁ ରକ୍ଷା କରିବେ।

ସୂଚନାଯୋଗ୍ୟ ଯେ ରୁଷର ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ପ୍ରବେଶ କରିସାରିଲେଣି। ଇତି ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲେଡିମିର ଜେଲେନ୍‌ସ୍କି ନିଜେ ଦେଶର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। କିଭ୍‌ରେ ନିଜେ ରାଷ୍ଟ୍ରପତି ସେନାକୁ ନିର୍ଦ୍ଦେଶ ଦେଉଛନ୍ତି। କିନ୍ତୁ ଇତି ମଧ୍ୟରେ ୟୁକ୍ରେନ୍‌ ସହରର ହଜାର ହଜାର ଲୋକ ଦେଶ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତିରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ ଭିଡିଓ ଜାରି କହିଥିଲେ- ଆମେ ଏଠାରେ ଅଛୁ। ଆମେ କିଭ୍‌ରେ ଅଛୁ। ଆମେ ୟୁକ୍ରେନ୍‌କୁ ରକ୍ଷା କରୁଛୁ।

ଏହା ପୂର୍ବରୁ ସେ ଆଉ ଏକ ଭିଡିଓ ସେୟାର କରି କହିଥିଲେ- ମୁଁ ୟୁକ୍ରେନ୍‌ରେ ଅଛି। ମୋ ପରିବାର ବି ୟୁକ୍ରେନ୍‌ରେ ଅଛି। ମୋ କୁନି ଛୁଆ ବି ଏଠାରେ ଅଛି। ଆମେ ଧୋକାବାଜ ନୁହେଁ। ଆମେ ୟୁକ୍ରେନ୍‌ର ନାଗରିକ। ଆମକୁ ସୂଚନା ମିଳିଛି ଯେ ଶତ୍ରୁ(ରୁଷ)ର ପ୍ରଥମ ଟାର୍ଗେଟ୍‌ ମୁଁ ଓ ଦ୍ୱିତୀୟ ଟାର୍ଗେଟ ମୋ ପରିବାର। ଆମକୁ ସମସ୍ତେ ଏକୁଟିଆ ଲଢ଼ିବାକୁ ଛାଡ଼ି ଦେଲେ।

Also Read: କିଭ୍‌ରେ ରୁଷ ସେନାର ପ୍ରବେଶ: ରାଷ୍ଟ୍ରପତି ଜେଲେନସ୍କି କହିଲେ, ‘ଅସ୍ତ୍ର ଛାଡିବି ନାହିଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବି’

WCW 11

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

7 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

9 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

13 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

14 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

19 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

27 mins ago