ଦେଶ ବିଦେଶ

କିଭ୍‌ରେ ରୁଷ ସେନାର ପ୍ରବେଶ: ରାଷ୍ଟ୍ରପତି ଜେଲେନସ୍କି କହିଲେ, ‘ଅସ୍ତ୍ର ଛାଡିବି ନାହିଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବି’

ଆଜି ଲଗାତର ତୃତୀୟ ଦିନ ମଧ୍ୟ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀ କିଭ୍ ଉପରେ ରୁଷ ସେନା ଦାଖଲ ହୋଇସାରିଲାଣି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଭିଡିଓ ଜାରି କରି କହିଛନ୍ତି, ଆଉ ମାତ୍ର ଅଧଘଣ୍ଟା ପରେ ରୁଷ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ କବଜା କରିପାରେ। କହିବାକୁ ଗଲେ, ଧ୍ୱଂସାଭୀମୁଖେ ୟୁକ୍ରେନ ରାଜଧାନୀ କିଭ୍ । ଲଗାତର କିଭ୍ ଉପରେ ଗୁଳି ବର୍ଷା ହେଉଛି । ୧୬୦ରୁ ଅଧିକ ମିସାଇଲ୍ କିଭ୍ ଉପରେ ପଡ଼ିସାରିଲାଣି।

ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭିଡିଓରେ କହିଛନ୍ତି, ଆମ୍ଭେ ଅସ୍ତ୍ର ଛାଡିବୁ ନାହିଁ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବୁ। ମୁଁ ୟୁକ୍ରେନକୁ ରକ୍ଷା କରିବି। ମୁଁ ରାଜଧାନୀର କିଛି ବି ହେବାକୁ ଦେବେ ନାହିଁ । ସେଠାରେ ଏବେ ଆଫଗାନିସ୍ତାନ ପରି ସ୍ଥିତି ଦେଖାଦେଇଥିବା ବେଳେ ରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ମତେ ସେ ନିଜ ଦେଶକୁ ରୁଷ ଦ୍ୱାରା ଧ୍ୱଂସ ହେବାକୁ ଦେବେ ନାହିଁ ।

ଏହା ମଧ୍ୟରେ ଜେଲେନସ୍କି ଆମେରିକାର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜେଲେନସ୍କି ଆମେରିକାର ସହାୟତାକୁ ମନା କରିଦେଇଛନ୍ତି । ଋଷ ବିରୋଧରେ ଦୃଢ ଭାବରେ ଛିଡା ହେବେ । ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏପିଙ୍କୁ କହିଛନ୍ତି ଯେ ଜେଏଲେନସ୍କିଙ୍କୁ କିଭକୁ ସ୍ଥାନାନ୍ତର କରିବାକୁ ଆମେରିକା ସରକାର ଅନୁରୋଧ କରିଥିଲେ ମଧ୍ୟ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅଧିକାରୀଙ୍କ କହିବାନୁସାରେ, ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧ ଏଠାରେ ଅଛି ଏବଂ ସେମାନଙ୍କୁ ରାଇଡ୍ ନୁହେଁ, ଆଣ୍ଟି-ଟାଙ୍କି ବନ୍ଧୁକ ଆବଶ୍ୟକ ।

Also Read : ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ମୋଦି ସରକାର

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

4 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

15 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

44 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago