କିଭ୍ରେ ରୁଷ ସେନାର ପ୍ରବେଶ: ରାଷ୍ଟ୍ରପତି ଜେଲେନସ୍କି କହିଲେ, ‘ଅସ୍ତ୍ର ଛାଡିବି ନାହିଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବି’

ଆଜି ଲଗାତର ତୃତୀୟ ଦିନ ମଧ୍ୟ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀ କିଭ୍ ଉପରେ ରୁଷ ସେନା ଦାଖଲ ହୋଇସାରିଲାଣି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଭିଡିଓ ଜାରି କରି କହିଛନ୍ତି, ଆଉ ମାତ୍ର ଅଧଘଣ୍ଟା ପରେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ କବଜା କରିପାରେ। କହିବାକୁ ଗଲେ, ଧ୍ୱଂସାଭୀମୁଖେ ୟୁକ୍ରେନ ରାଜଧାନୀ କିଭ୍ । ଲଗାତର କିଭ୍ ଉପରେ ଗୁଳି ବର୍ଷା ହେଉଛି । ୧୬୦ରୁ ଅଧିକ ମିସାଇଲ୍ କିଭ୍ ଉପରେ ପଡ଼ିସାରିଲାଣି।
ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭିଡିଓରେ କହିଛନ୍ତି, ଆମ୍ଭେ ଅସ୍ତ୍ର ଛାଡିବୁ ନାହିଁ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବୁ। ମୁଁ ୟୁକ୍ରେନକୁ ରକ୍ଷା କରିବି। ମୁଁ ରାଜଧାନୀର କିଛି ବି ହେବାକୁ ଦେବେ ନାହିଁ । ସେଠାରେ ଏବେ ଆଫଗାନିସ୍ତାନ ପରି ସ୍ଥିତି ଦେଖାଦେଇଥିବା ବେଳେ ରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ମତେ ସେ ନିଜ ଦେଶକୁ ରୁଷ ଦ୍ୱାରା ଧ୍ୱଂସ ହେବାକୁ ଦେବେ ନାହିଁ ।
View this post on Instagram
ଏହା ମଧ୍ୟରେ ଜେଲେନସ୍କି ଆମେରିକାର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜେଲେନସ୍କି ଆମେରିକାର ସହାୟତାକୁ ମନା କରିଦେଇଛନ୍ତି । ଋଷ ବିରୋଧରେ ଦୃଢ ଭାବରେ ଛିଡା ହେବେ । ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏପିଙ୍କୁ କହିଛନ୍ତି ଯେ ଜେଏଲେନସ୍କିଙ୍କୁ କିଭକୁ ସ୍ଥାନାନ୍ତର କରିବାକୁ ଆମେରିକା ସରକାର ଅନୁରୋଧ କରିଥିଲେ ମଧ୍ୟ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅଧିକାରୀଙ୍କ କହିବାନୁସାରେ, ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧ ଏଠାରେ ଅଛି ଏବଂ ସେମାନଙ୍କୁ ରାଇଡ୍ ନୁହେଁ, ଆଣ୍ଟି-ଟାଙ୍କି ବନ୍ଧୁକ ଆବଶ୍ୟକ ।
Also Read : ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ମୋଦି ସରକାର