Below header

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ମୋଦି ସରକାର

ନୂଆଦିଲ୍ଲୀ :  ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଅଭିଯାନ ଘୋଷଣା କରିଛନ୍ତି ମୋଦି ସରକାର | ସେଠାରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ମୋଦି ସରକାର | ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି |

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସ୍‌ନ କରାଯିବ | ପଡୋଶୀ ଦେଶରେ ସ୍ଥଳଭାଗରେ ଭାରତୀୟ ନାଗରିକ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ସ୍ବଦେଶକୁ ଅଣାଯିବ ବୋଲି ନିଷ୍ପତି ନିଆଯାଇଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | ତେବେ ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବାରେ ହେବାକୁ ଥିବା ସମସ୍ତ ବିମାନ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ।

ପ୍ରକାଶ ଯୋଗ୍ୟ ଯେ ପ୍ରାୟ ଷୋହଳ ହଜାର ଭାରତୀୟ ୟୁକ୍ରେନରେ ଫସିରହିଥିବା ଜଣ ଯାଇଛି | ସେମାନଙ୍କୁ ପାଞ୍ଚଟି ଦଫାରେ ଫେରାଇ ଅଣାଯିବ ବୋଲି ନିଷ୍ପତି ନିଆଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.