ମତ୍ସ୍ଯଜୀବୀଙ୍କ ଜାଲରେ ବିଶାଳକାୟ ସାର୍କ ମାଛ

ଜଳେଶ୍ୱର(କେନ୍ୟୁଜ) :   ମତ୍ସ୍ଯଜୀବୀଙ୍କ ଜାଲରେ ଲାଗିଲା ସାର୍କ । ପଶ୍ଚିମବଙ୍ଗ ଦୀଘା ସମୂଦ୍ର ମୂହାଣରୁ ଧରା ପଡିଛି ୮କ୍ୱିଣ୍ଟାଲର ସାର୍କ ମାଛ । ସମୁଦ୍ର ମଝିରେ ପ୍ରାୟ ୧୭୫ କିଲୋମିଟର ଦୂରରେ ଏକ ବିରଳ ପ୍ରଜାତିର ସାର୍କ ମାଛ ଏକ ଟ୍ରଲରରେ ଧରାଯାଇଥିଲା । ଏହି ମାଛ ଧରା ପଡିବା ପରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି ।

ଏହି ମାଛର ଲମ୍ବ ୧୧ ଫୁଟ, ଚଉଡା ୯ ଫୁଟ ଏବଂ ଓଜନ ପ୍ରାୟ ୮ କ୍ୱିଣ୍ଟାଲରୁ ଉର୍ଧ୍ବ ହେବ ବୋଲି ଜଣାପଡିଛି, ବିଶାଳକାୟ ମାଛକୁ ଦେଖିବା ପା ଇଁ ଲୋକଙ୍କ ମଧ୍ୟରେ ଭିଡ ଲାଗିଛି । ଏହି ବିଶାଳକାୟ ମାଛକୁ ଦୀଘା ମୋହାନାରେ ନିଲାମରେ ବିକ୍ରି କରାଯିବ ବୋଲି ସୂଚନା ମିଳିଛି । ତେବେ ମାଛଟିର ଆନୁମାନିକ ମୂଲ୍ଯ ୫୦ ଲକ୍ଷ ଟଙ୍କାରୁ ଅଧିକ ଦାମ୍ ହେବ ବୋଲି ମତ୍ସ୍ଯଜିବୀ ମାନଙ୍କ ଠାରୁ ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.