୨୮ ଫେବୃୟାରୀ ଠାରୁ ବେକାର ହୋଇଯିବ ଏହି ବଡ ବ୍ୟାଙ୍କର ଚେକବୁକ, ବଦଳିଯିବ କୋଡ୍

ବ୍ୟାଙ୍କ ମର୍ଜ ହେବା ପରେ ଅନେକ ବ୍ୟାଙ୍କର ଗ୍ରାହକଙ୍କୁ ପୁୁରୁଣା ଚେକବୁକକୁ ଅପଡେଟ୍ କରିବାକୁ ପଡିଥିଲା। ଏବେ ଆଉ ଏକ ବ୍ୟାଙ୍କ ବିଲୟ ହେବା ଦ୍ୱାରା ସେହି ବ୍ୟାଙ୍କର ଗ୍ରାହକଙ୍କ ପାଖରେ ଥିବା ଚେକବୁ ୨୮ ଫେବୃୟାରୀ ଠାରୁ ଆଉ ଚାଲିବନାହିଁ। ଏମିତିରେ ବ୍ୟାଙ୍କର କଷ୍ଟମର୍ସଙ୍କ ପାଇଁ ଆମର ଏ ଖବର ଜାଣିବା ବହୁତ ଜରୁରୀ। ଏହାକୁ ଧ୍ୟାନରେ ରଖନ୍ତୁ ନଚେତ ଭବିଷ୍ୟତରେ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।
IFSC ଏବଂ MICR କୋଡ ବଦଳିଯାଇଛି
ଏହି ଖବର ଡିବିଏସ ବ୍ୟାଙ୍କ ଇଣ୍ଡିଅ ଲିମିଟେଡ ଏବଂ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବହୁତ ଗୁରୂତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ସହ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ମର୍ଜ ହୋଇଛି। ଏହାପରେ ସମସ୍ତ ବ୍ରାଞ୍ଚର ଆଇଏଫଏସସି ଏବଂ ଏମଆଇସିଆର କୋଡ ବଦଳିଯାଇଛି। ବ୍ୟାଙ୍କ ତରଫରୁ ଜାରି ହୋଇଥିବା ନୂଆ ଆଇଏଫଏସସି ଏବଂ ଏମଆଇସିଆର କୋଡ ୨୫ ଅକ୍ଟୋବର ୨୦୨୧ ଠାରୁ କାର୍ଯ୍ୟକାରୀ ହୋଇଛି। ପୁରୁଣା ଆଇଏଫଏସସି କୋଡ ୨୮ ଫେବୃୟାରୀ ୨୦୨୨ ଠାରୁ ବଦଳିଯିବ।
ଏହାସହ ପଢ଼ନ୍ତୁ : Slow Internet ଗୋଟିଏ ବଟନରେ ହେବ ‘ଡବଲ’, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍
୧ ମାର୍ଚ୍ଚ ଠାରୁ ନୂଆ ଆଇଏଫଏସସି କୋଡରର ପଡିବ ଆବଶ୍ୟକତା
ଡିବିଆଇଏଲ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଏହି ବ୍ୟାଙ୍କର ଗ୍ରାହକଙ୍କୁ ମାର୍ଚ୍ଚ ୧, ୨୦୨୨ ଠାରୁ ମାଧ୍ୟମମରେ ଟଙ୍କା ଲେଣଦେଣ କରିବା ପାଇଁ ନୂଆ IFSC କୋଡର ଆବଶ୍ୟକତା ପଡିବ। ଡିବିଆଇଏଲ ଏଥିପାଇଁ ଗ୍ରାହକଙ୍କୁ ଚିଠି ପଠାଇ, ଇମେଲ ଏବଂ ମେସେଜ ସେଣ୍ଡ କରି ଶାଖା ଗୁଡିକରେ ପରିବର୍ତ୍ତନ କରିବାକୁ ସୂଚିତ କରିଥିଲା।
୨୮ ଫେବୃୟାରୀ ୨୦୨୨ ପୂର୍ବରୁ ସମସ୍ତ ମହଜୁଦ ଥିବା ଚେକକୁ ନୂଆ ଚେକ ସହ ବଦଳାଇବାକୁ ହେବ। ଏହି ତାରିଖ ପରେ ପୁରୁଣା ଏମଆଇସିଆର କୋଡ ଥିବା ଚେକ ନିଆଯିବନାହିଁ।