Slow Internet ଗୋଟିଏ ବଟନରେ ହେବ ‘ଡବଲ’, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍‌

ଧୀମା ଇଣ୍ଟରନେଟ ସ୍ପୀଡ ଚିନ୍ତାକୁ ବଢ଼ାଇଦେଇଥାଏ। ଇଣ୍ଟରନେଟ ସ୍ପିଡ ସ୍ଲୋ ହେବା ଦ୍ୱାରା ଆପଣଙ୍କ ଭିଡିଓ ଦେଖିବାର ଉତ୍କଣ୍ଠା ଖରାପ ହୋଇଯାଏ।ଏହାସହିତ ଅନେକ ଥର ଏହି କାରଣରୁ ଜରୁରୀ ମିଟିଙ୍ଗ କିମ୍ବା ଅନଲାଇନ ପରୀକ୍ଷା ଭଳି ଜରୁରୀ କାମ ବି ବନ୍ଦ ପଡିଯାଏ। ଆପଣଙ୍କ ମୋବାଇଲ ଇଣ୍ଟରନେଟର ସ୍ପୀଡ ବଢ଼ାଇବାର ଅନେକ ତରିକା ମହଜୁଦ୍‌ ରହିଛି। ଏଥିମଧ୍ୟରୁ ଗୋଟିଏ ତରିକା ହେଉଛି ନେଟଓ୍ଵର୍କ ସେଟିଙ୍ଗ ରିସେଟ କରିବା। ଏହାର ସହଜ ଟ୍ରିକ ଜରିଆରେ ଆପଣଙ୍କୁ ଉତ୍ତମ ମୋବାଇଲ ନେଟଓ୍ଵାର୍କ ମିଳିପାରିବ।

ନେଟଓ୍ଵର୍କ ସେଟିଙ୍ଗକୁ କେମିତି କରିବେ ରିସେଟ୍‌

  • ନିଜ ସ୍ମାର୍ଟଫୋନର ସେଟିଙ୍ଗକୁ ଯାଆନ୍ତୁ।
  • ଏବେ Network Operators ଅପ୍ସନକୁ ସର୍ଚ କରନ୍ତୁ ଏବଂ କ୍ଲିକ କରନ୍ତୁ।
  • ଏଠାରେ ଆପଣଙ୍କୁ Choose Automaticallyର ବିକଳ୍ପ ମିଳିବ, ଏହାକୁ ବନ୍ଦ କରନ୍ତୁ।
  • ଏବେ ଆପଣଙ୍କ ସାମ୍ନାରେ ସମସ୍ତ ନେଟଓ୍ଵର୍କ ପ୍ରୋଭାଇଡର ଲିଷ୍ଟ ଆସିଯିବ। ଏଥିରେ ନିଜ କମ୍ପାନୀ ଉପରେ ଟ୍ୟାପ୍‌ କରନ୍ତୁ।
  • ଉଦାହରଣ ପାଇଁ ଭୋଡାଫୋନ-ଆଇଡିଆ ୟୁଜର୍ସ Vi India 4G ସିଲେକ୍ଟ କରନ୍ତୁ।
  • ଏବେ ଫୋନକୁ ରିଷ୍ଟାର୍ଟ କରିଦିଅନ୍ତୁ।

ଏହା ଉପରେ ଧ୍ୟାନ ରଖନ୍ତୁ

ଅନେକ ଥର ଇଣ୍ଟରନେଟ ସ୍ଲୋ ହେବା କାରଣରୁ ନେଟଓ୍ଵାର୍କ ଲେବଲ ଏବଂ ଡିଭାଇସ ନଥାଏ। ଅନେକ ଥର ଆମେ ଏମିତି ଯାଗାରେ ଥାଆନ୍ତି ଯେଉଁଠି ଆଖପାଖର କୌଣସି ବି ଫୋନ ଟାଓ୍ଵାର ନଥାଏ କିମ୍ବା ଅଧିକ ଲୋକ ଥିବା କାରଣରୁ ଗୋଟିଏ ଟାଓ୍ଵାର ଉପରେ ଅଧିକ ଲୋଡ ପଡିଯାଏ। ଏମିତିରେ ନେଟଓ୍ଵାର୍କ ପ୍ରୋଭାଇଡରକୁ ଠିକ ନେଟଓ୍ଵାର୍କ ସ୍ପୀଡ ଦେବାରେ ସମସ୍ୟା ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.