Below header

ଆରପାରିରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ୮୩ ବର୍ଷ ବୟସରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ):ଆରପାରିରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ। ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । ଦେହାନ୍ତ ନେଇ ତାଙ୍କ ଝିଅ ସୁନିତା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିବା ସୂଚନା ମଳିଛି।

ସୁନ୍ଦରଗଡ଼ ଜିଲ୍ଲା ଲଇକେରା ଆସନରୁ ସେ ଛଅ ଥର ବିଧାୟକ ହୋଇଥିଲେ । ୧୯୭୪ ମସିହାରେ ପ୍ରଥମ ଥର କଂଗ୍ରେସ ଆସନରୁ ବିଧାୟକ ହୋଇଥିଲେ । ପରେ ୧୯୮୦ରୁ ୨୦୦୪ ଯାଏ କ୍ରମାଗତ ୫ ଥର ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ ହେମାନନ୍ଦ ବିଶ୍ୱାଳ । ୧୯୮୯ ଡିସେମ୍ବର ୭ ତାରିଖରୁ ୧୯୯୦ ମାର୍ଚ୍ଚ ୩ ତାରିଖ ଯାଏ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ ତାରିଖ ଯାଏ ଦ୍ୱିତୀୟ ଥର ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯୯୫ ମାର୍ଚ୍ଚ ୧୫ରୁ ୧୯୯୮ ମେ ୯ ତାରିଖ ଯାଏ ଥିଲେ ଉପ-ମୁଖ୍ୟମନ୍ତ୍ରୀ । ସେ ଗୃହ, ଖଣି ଓ ଇସ୍ପାତ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଶିଳ୍ପ, ପୂର୍ତ୍ତ ବିଭାଗ ମନ୍ତ୍ରୀ ବି ଥିଲେ ହେମାନନ୍ଦ ବିଶ୍ୱାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.