ଫୋନ୍ ଲକ୍ କରି ଲୁଚାଇବା ଦରକାର ନାହିଁ, ଏପରି ଗୋପନ ରଖନ୍ତୁ ନିଜ WhatsApp ସିକ୍ରେଟ ଚାଟ୍

ହ୍ଵାଟସଆପରେ ଆମେ ଅନେକ ତରିକାରେ ଲୋକଙ୍କ ସହ କଥା ହୋଇପାରୁଛନ୍ତି। ଏଥିରେ କିଛି ଚାଟ ବହୁତ ପର୍ସନାଲ ମଧ୍ୟ ହୋଇଥାଏ। କିନ୍ତୁ ଆଉ କିଛି ଚାଟ ଫାଲତୁରେ ଆସିଥାଏ। ଏମିତିରେ ଏହି ଚାଟକୁ ଲୁଚାଇବାକୁ ଅଲଗା ଅଲଗା ତରିକାର ବ୍ୟବହାର କରାଯାଏ। ସବୁଠାରୁ ନର୍ମାଲ ତରିକା ହେଉଛି ଫୋନକୁ ଲକ୍ କରି ରଖିବା। କିନ୍ତୁ ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ସନ୍ଦେହ ବି ସୃଷ୍ଟି କରେ। ତେଣୁ ଆଜି ଆମେ ଆପଣଙ୍କୁ ଏକ ଏମିତି ତରିକା ଜଣାଇବୁ ଯାହା ପାଇଁ ନା ଆପଣଙ୍କୁ ଫୋନ୍ ଲକ୍ କରିବାକୁ ପଡିବ ନା ହ୍ଵାଟ୍ସଆପ୍ ଲକ୍ କରି ରଖିବାର ଆବଶ୍ୟକତା ପଡିବ। ବରଂ ଏଥିରେ ଆପଣଙ୍କ ଚାଟ ମଧ୍ୟ ଗୋପନ ରହିପାରିବ।
ହ୍ଵାଟ୍ସଆପର ଯେଉଁ ତରିକା ବିଷୟରେ ଆମେ ଆପଣଙ୍କୁ କହୁଛୁ ତାହ ହେଉଛି ଆର୍କାଇଭ୍ ଫିଚର (Whatsapp Archived Chats)। ଏହି ଆର୍କାଇଭ୍ ଜରିଆରେ ଆପଣ ଚାଟକୁ ସବୁବେଳ ପାଇଁ ଲୁଚାଇ ମଧ୍ୟ ରଖିପାରିବେ। ଯାହାଦ୍ୱାରା ମେସେଜ ଆସିବା ପରେ ମଧ୍ୟ ଆପଣଙ୍କ ମେସେଜ୍ ସିକ୍ରେଟ ହୋଇ ରହିପାରିବ।
ଏପରି ଲୁଚାଇ ରଖନ୍ତୁ ନିଜ ହ୍ଵାଟ୍ସଆପ୍ ଚାଟ୍
ନୂଆ ଆର୍କାଇଭ୍ ସେଟିଙ୍ଗସ ୟୁଜର୍ସଙ୍କୁ କୌଣସି ବି ଚାଟକୁ ପ୍ରାଇମେରୀ ଲିଷ୍ଟରେ ଲୁଚାଇ ରଖିବାର ସୁବିଧା ଦେଇଥାଏ। ଯେତେ ପର୍ଯ୍ୟନ୍ତ ଆପଣଙ୍କ ମେନସନ୍ କିମ୍ବା ରିପ୍ଲାଏ କରାଯାଇନାହିଁ, ସେତେ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ଆର୍କାଇଭ୍ ଚାଟ ପାଇଁ ନୋଟିଫିକେସନ ମିଳିବନାହିଁ। ଆପଣ ପର୍ସନାଲ ଏବଂ ଗ୍ରୁପ ଚାଟ ଉଭୟରେ ଆର୍କାଇଭ୍ କରିପାରିବେ। ଏହାକୁ କୌଣସି ବି ସମୟରେ ଆର୍କାଇଭ୍ ସେକ୍ସନରେ ଆକ୍ସେସ୍ କରାଯାଇହେବ। ଚାଟ ଲୁଚାଇବା ପାଇଁ ଏହି ଟିପ୍ସକୁ ଫଲୋ କରନ୍ତୁ।
- ହ୍ଵାଟସଆପ୍ ଆପ୍ ଖୋଲନ୍ତୁ। ସେହି ଚାଟକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ ଆର୍କାଇଭ୍ କରିବାକୁ ଚାହୁଁଛନ୍ତି।
- ଉପରେ ଦେଖାଯାଉଥିବା ତିନି ଅପ୍ସନ ପିନ୍, ମ୍ୟୁଟ ଏବଂ ଆର୍କାଇଭ ଦେଖିବାକୁ ପାଇବେ। ସେଥିରେ ଆର୍କାଇଭ୍ ବଟନ୍ ଉପରେ କ୍ଲିକ କରନ୍ତୁ।
- ଆର୍କାଇଭ୍ ସେକ୍ସନ ଆପଣଙ୍କ ଚାଟ ଫିଡରେ ସବୁଠାରୁ ଉପରେ ଦେଖାଦେବ। ଆପଣ ସେକ୍ସନକୁ ଯାଇ କୌଣସି ବି ସମୟରେ ନିଜର ଲୁଚାଇ ରଖିଥିବା ଚାଟକୁ ଦେଖିପାରିବେ।
- ୟୁଜର୍ସ ଚାଟକୁ ସିଲେକ୍ଟ କରି ଉପର ଆଡକୁ ଆର୍କାଇଭ୍ ଆଇକନ୍ ଉପରେ କ୍ଲିକ କରି ସହଜରେ ଚାଟକୁ ଅନଅର୍କାଇଭ କରିପାରିବେ।