Below header

ଟ୍ରାକ୍ଟରକୁ ମହିନ୍ଦ୍ରା ଥର୍ ରେ ବଦଳାଇଲେ ବ୍ୟକ୍ତି, ସୋସିଆଲ ମିଡିଆରେ ଫଟୋ ସେୟାର କରି ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ଅନେକ ସମୟରେ ଆଖି ଆଗକୁ ଆସୁଛି ଦେଶୀ ଯୁଗାଡ। ଯାହାକୁ ଆପଣ ସୋସିଆଲ ମିଡିଆରେ ଭାଇରାଲ୍ ହେବାର ମଧ୍ୟ ଦେଖୁଛନ୍ତି। ପୁଣି ଏହି ଦେଶୀ କୌଶଳରେ ତିଆରି ହୋଇଥିବା ଉପକରଣ ପାଇଁ ସରକାର ମଧ୍ୟ ପୁରସ୍କାର ଦେଉଛନ୍ତି ଏହାକୁ ନିଜର ବୁଦ୍ଧି ଖଟାଇ ତିଆରି କରିଥିବା ବ୍ୟକ୍ତିଙ୍କୁ।

ଆମେ ଆପଣଙ୍କୁ ଏହା ପୂର୍ବରୁ ମଧ୍ୟ ଅନେକ ଜିନିଷ ବିଷୟରେ କହିଛୁ ଯେମିତିକି ସାଇକେଲ ରୁ ରୋଡ଼ ସଫା କରିବା ଯାନ, ଧାନ ସଫା କରିବା ପାଇଁ କୁଲର ଇତ୍ୟାଦି। ଠିକ୍ ଆଜି ମଧ୍ୟ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଖାଲି ଆପଣ ନୁହେଁ ଏହାକୁ ମହିନ୍ଦ୍ରା କମ୍ପାନୀ ଚେୟାର ପର୍ସନ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଛନ୍ତି। ଖାଲି ସେତିକି ନୁହେଁ ଏହାକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି।


ମେଘାଳୟର ଜଣେ ବ୍ୟକ୍ତି ନିଜର ଟ୍ରାକ୍ଟରକୁ ଏମିତି ରୂପ ଦେଇଛନ୍ତି ଯାହା ପୂରା ମହିନ୍ଦ୍ରା ଥର୍ ଭଳି ଦେଖା ଯାଉଛି। ଏମିତିକି ଏହାକୁ ଦେଖି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହା ଉପରେ ମନ୍ତବ୍ୟ ଦେବାକୁ ନିଜକୁ ଅଟକାଇ ପାରିନଥିଲେ। ଗାଡ଼ିର ସଉକ୍ ପ୍ରାୟ ସମସ୍ତଙ୍କୁ ଥାଏ, ସେଥି ପାଇଁ ଅନେକ ଲୋକ ଏହାକୁ କିଣିବା ପରେ ନିଜ ମୁତାବକ ଡିଜାଇନ୍ କରିଥାନ୍ତି। ଠିକ୍ ଯେମିତି ବ୍ୟକ୍ତି ଜଣଙ୍କ କରିଛନ୍ତି।

ମେଘାଳୟର ଜୋୱାଇରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ମାୟା ରିମ୍ବାଇ ନାମକ ଜଣେ ବ୍ୟକ୍ତି ମହିନ୍ଦ୍ରା ଟ୍ରାକ୍ଟରକୁ କରିଛନ୍ତି ମହିନ୍ଦ୍ରା ଥର। ତାଙ୍କର ଇଚ୍ଛା ଥିଲା ଥର୍ କିଣିବା ପାଇଁ କିନ୍ତୁ ଅର୍ଥ ନଥିବାରୁ ସେ କିଣିପାରିନଥିଲେ ହେଲେ ନିଜ ଟ୍ରାକ୍ଟରକୁ ମହିନ୍ଦ୍ରା ଥର୍ କରି ନିଜର ସ୍ୱପ୍ନକୁ ପୂରଣ କରିଥିଲେ।

ଏହି ଗାଡ଼ି ଖୁବ୍ ପସନ୍ଦ ଆସିଛି ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରାଙ୍କୁ। ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟରରେ ଏହି ଗାଡ଼ିର ଫଟୋ ସେୟାର କରି ଲେଖିଛନ୍ତି, – ଏହା ଏକ ଅଦ୍ଭୁତ ଦିଶୁଥିବା ଗାଡ଼ି କିନ୍ତୁ ଏହା ଡିଜନି ଆନିମେଟେଡ୍ ଚଳଚ୍ଚିତ୍ରର ଏକ ଚରିତ୍ର ପରି ଦେଖାଯାଉଛି । ତେଣୁ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ତେବେ ମୋଡ଼ିଫାଏଡ ହୋଇଥିବା ଏହି ଗାଡ଼ି ମଧ୍ୟ ମହିନ୍ଦ୍ରା ଟ୍ରାକ୍ଟର, ଯାହାକି କୃଷି କ୍ଷେତ୍ରରେ ବା କାମରେ ବ୍ୟବହାର କରାଯାଏ। ମହିନ୍ଦ୍ରା କମ୍ପାନୀର ଏହି ଟ୍ରାକ୍ଟରଟି ହେଉଛି କମ୍ପାନୀର 275 DI TU ଟ୍ରାକ୍ଟର । ଏହାର ପାୱାର ହେଉଛି ୩୯ ହର୍ସ ପାୱାର। ଏହା ଚାଷ ଜମିରେ ଭଲ କାମ କରେ। ସବୁଠୁ ଅଧିକ ବିକ୍ରି ହେଉଥିବା ଟ୍ରାକ୍ଟର ମଧ୍ୟରୁ ଏହି ଟ୍ରାକ୍ଟର ଆସୁଛି।

ତେବେ ଏହାକୁ ମହିନ୍ଦ୍ରା ଥର୍ କରାଯିବା ପରେ ଏହାର ରୂପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଏହାର ଆଗ ଭାଗଟି ଛୋଟ ଏବଂ ପଛ ଭାଗଟି ବହୁତ ବଡ ଦେଖାଯାଉଛି। ଏଠାରେ ଟ୍ରାକ୍ଟରର ପଛ ଚକଗୁଡ଼ିକ ହେଉଛି ଷ୍ଟାଣ୍ଡାର୍ଡ ଟ୍ରାକ୍ଟରର ଯାହାର ମହିନ୍ଦ୍ରା ପରି ଟପ୍ ତିଆରି କରାଯାଇଛି।

ତେବେ ମୋଟାମୋଟି ଭାବେ ଏହା ଥର୍ ପରି ଦେଖାଯାଉଛି। ବ୍ୟକ୍ତି ଜଣଙ୍କ ଏହି ଟ୍ରାକ୍ଟରରେ ଥିବା କ୍ୟାବିନକୁ କଷ୍ଟମାଇଜ୍ କରିଛନ୍ତି । ଟ୍ରାକ୍ଟରର ଆଗ ଏବଂ ପଛ ଭାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଯେଉଁଥିପାଇଁ କବାଟଗୁଡ଼ିକ ବହୁତ ଅଦ୍ଭୁତ ଦେଖାଯାଉଛି। ଟ୍ରାକ୍ଟରର କ୍ୟାବିନରେ ଫ୍ରଣ୍ଟ ୱିଣ୍ଡୋ ଦିଆଯାଇଛି । ଆଗ ଏବଂ ପାର୍ଶ୍ୱ ଅଂଶଗୁଡିକ ଟ୍ରାକ୍ଟର ପରି ଦେଖାଯାଉଛି କିନ୍ତୁ ସାମଗ୍ରିକ ଭାବରେ ଏହା ଥର୍ ପରି ଦେଖାଯାଉଛି। ତେବେ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କୁ ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.