ୟୁକ୍ରେନରେ ଫସିଥିବା ଭାରତୀୟ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଆଡଭାଇଜରୀ: ରୋମାନିଆ ଓ ହଙ୍ଗେରୀ ଦେଇ ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

କେନ୍ୟୁଜ୍(ବ୍ୟୁରୋ):ୟୁକ୍ରେନରେ ଫସିଥିବା ଭାରତୀୟ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଆଡଭାଇଜରୀ । କିଭ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ଭାରତ ସରକାର ଓ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରାସ୍ତା ବାହାର କରାଯାଉଛି । ରୋମାନିଆ ଓ ହଙ୍ଗେରୀ ଦେଇ ସେମାନଙ୍କୁ ଭାରତ ଫେରାଇ ଆଣିବା ଦିଗରେ କାମ ଚାଲିଛି । ଏହି ଦୁଇ ଦେଶ ସୀମାକୁ ଲାଗି ୟୁକ୍ରେନରେ ଥିବା ଭାରତୀୟଙ୍କୁ ପ୍ରଥମେ ଅଣାଯିବ । ଏଥିପାଇଁ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ଵୟ ରକ୍ଷା କରି କାମ କରାଯାଛି । ଏହି ରୁଟ୍‌ କାର୍ଯ୍ୟକ୍ଷମ ହେଲା ପରେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ନିଜ ବ୍ୟବସ୍ଥାରେ ଚେକ୍‌ ପଏଣ୍ଟର ପହଞ୍ଚିବାକୁ କୁହାଯାଇଛି । ଚେକ୍‌ ପଏଣ୍ଟରେ ଖୋଲାଯିବ ହେଲପ ଲାଇନ୍‌ ବ୍ୟବସ୍ଥା ।

ୟୁକ୍ରେନରେ ଛାତ୍ରଛାତ୍ରୀମାନେ ଷ୍ଟୁଡେଣ୍ଟ କଣ୍ଟ୍ରାକ୍ଟରଙ୍କ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ନିଜ ପାଖରେ ପାସପୋର୍ଟ ସହ ଜରୁରୀ ଖର୍ଚ୍ଚ ପାଇଁ ନିଜ ପାଖରେ ଆମେରିକୀୟ ଡଲାର୍‌ ରଖିବାକୁ କୁହାଯାଇଛି । କୋଭିଡ୍‌ ଟିକା ପ୍ରମାଣପତ୍ର ଓ ଯେଉଁ ଗାଡ଼ରେ ଆସିବେ ତା ଆଗରେ ଭାରତୀୟ ଜାତୀୟ ପତାକାର ପ୍ରିଣ୍ଟ ଆଉଟ୍‌ ମାରିବେ । ଏବେ ସେମାନଙ୍କୁ ଦୃଢ଼ମନା ରହିବା ସୁରକ୍ଷିତ ଓ ଆଲର୍ଟ ରହିବାକୁ କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.