ଆଜି ଭାରତ ଓ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ସିରିଜ କବଜା ପାଇଁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଧର୍ମଶାଳାରେ ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬୨ରନ୍‌ରେ ଜିତିବା ପରେ ସିରିଜ କବ୍‌ଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି ହେବ। ଶ୍ରୀଲଙ୍କା ଦଳ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆର ବିଜୟଧାରାରେ ବ୍ରେକ୍‌ ଲଗାଇବାକୁ ପ୍ରୟାସ କରିବ । ଏବେ ଟିମ୍‌ ଇଣ୍ଡିଆ କ୍ରମାନ୍ୱୟରେ ୧୦ଟି ମ୍ୟାଚ୍‌ରେ ଅପରାଜେୟ ରହିଛି । ମ୍ୟାଚ୍‌ ଆଜି ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ।

ପ୍ରଥମ ମ୍ୟାଚ୍‌ରେ ଟିମ୍‌ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଗତ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ନିରାଶ କରିଥିବା ଯୁବ ଓପନର ଈଶାନ କିଷନ ପ୍ରଥମ ମ୍ୟାଚ୍‌ରେ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିବାବେଳେ ୩ନଂ ସ୍ଥାନରେ ଶ୍ରେୟାସ ଆୟର ଅପରାଜିତ ୫୭ରନ୍‌ କରିଥିଲେ । ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଈଶାନ କିଷନ ଓପନିଂ କରିଥିଲେ। ଦୁହେଁ ୧୧୧ ରନର ଭାଗିଦାରିତାରେ ମ୍ୟାଚକୁ ଆଗକୁ ନେଇଥିଲେ। ଈଶାନ କିଷନ ୮୯ ରନ୍‌ କରିଥିଲେ। ସେହିପରି ରୋହିତ ଶର୍ମା ୪୪ ରନ୍‌ କରିଥିଲେ।

ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରବିନ୍ଦ୍ର ଜାଡେଜାଙ୍କ ଉପରେ ରହିବ। ତାଙ୍କ ବୋଲିଂ ଜବରଦସ୍ତ ରହିଛି। ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିପାରନ୍ତି। ଜସପ୍ରୀତ ବୁମରା ଟିମକୁ ଫେରିବା ପରେ ଭାରତୀୟଟିମର ବୋଲିଂ ମଜବୁତ ହୋଇଥିଲା। ଏହାଛଡା ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲଙ୍କୁ ବୋଲିଂ ଭଲ କରିବାକୁ ହେବ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା, ଈଶାନ କିଷନ, ଶେୟସ ଆୟର, ଦୀପକ ହୁଡ୍ଡା, ଭେଙ୍କେଟେଶ ଅୟର, ସଂଜୁ ସାମସନ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ।

Also Read : ଲକ୍ଷ୍ନୌରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆର ବାଜିମାତ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.