ବ୍ୟବସାୟ ଓ ଅର୍ଥନୀତି

୨୮ ଫେବୃୟାରୀ ଠାରୁ ବେକାର ହୋଇଯିବ ଏହି ବଡ ବ୍ୟାଙ୍କର ଚେକବୁକ, ବଦଳିଯିବ କୋଡ୍‌

ବ୍ୟାଙ୍କ ମର୍ଜ ହେବା ପରେ ଅନେକ ବ୍ୟାଙ୍କର ଗ୍ରାହକଙ୍କୁ ପୁୁରୁଣା ଚେକବୁକକୁ ଅପଡେଟ୍‌ କରିବାକୁ ପଡିଥିଲା। ଏବେ ଆଉ ଏକ ବ୍ୟାଙ୍କ ବିଲୟ ହେବା ଦ୍ୱାରା ସେହି ବ୍ୟାଙ୍କର ଗ୍ରାହକଙ୍କ ପାଖରେ ଥିବା ଚେକବୁ ୨୮ ଫେବୃୟାରୀ ଠାରୁ ଆଉ ଚାଲିବନାହିଁ। ଏମିତିରେ ବ୍ୟାଙ୍କର କଷ୍ଟମର୍ସଙ୍କ ପାଇଁ ଆମର ଏ ଖବର ଜାଣିବା ବହୁତ ଜରୁରୀ। ଏହାକୁ ଧ୍ୟାନରେ ରଖନ୍ତୁ ନଚେତ ଭବିଷ୍ୟତରେ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।

IFSC ଏବଂ MICR କୋଡ ବଦଳିଯାଇଛି

ଏହି ଖବର ଡିବିଏସ ବ୍ୟାଙ୍କ ଇଣ୍ଡିଅ ଲିମିଟେଡ ଏବଂ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବହୁତ ଗୁରୂତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ସହ ଲକ୍ଷ୍ମୀ ବିଲାସ ବ୍ୟାଙ୍କ ମର୍ଜ ହୋଇଛି। ଏହାପରେ ସମସ୍ତ ବ୍ରାଞ୍ଚର ଆଇଏଫଏସସି ଏବଂ ଏମଆଇସିଆର କୋଡ ବଦଳିଯାଇଛି। ବ୍ୟାଙ୍କ ତରଫରୁ ଜାରି ହୋଇଥିବା ନୂଆ ଆଇଏଫଏସସି ଏବଂ ଏମଆଇସିଆର କୋଡ ୨୫ ଅକ୍ଟୋବର ୨୦୨୧ ଠାରୁ କାର୍ଯ୍ୟକାରୀ ହୋଇଛି। ପୁରୁଣା ଆଇଏଫଏସସି କୋଡ ୨୮ ଫେବୃୟାରୀ ୨୦୨୨ ଠାରୁ ବଦଳିଯିବ।

ଏହାସହ ପଢ଼ନ୍ତୁ : Slow Internet ଗୋଟିଏ ବଟନରେ ହେବ ‘ଡବଲ’, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍‌

୧ ମାର୍ଚ୍ଚ ଠାରୁ ନୂଆ ଆଇଏଫଏସସି କୋଡରର ପଡିବ ଆବଶ୍ୟକତା

ଡିବିଆଇଏଲ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଏହି ବ୍ୟାଙ୍କର ଗ୍ରାହକଙ୍କୁ ମାର୍ଚ୍ଚ ୧, ୨୦୨୨ ଠାରୁ ମାଧ୍ୟମମରେ ଟଙ୍କା ଲେଣଦେଣ କରିବା ପାଇଁ ନୂଆ IFSC କୋଡର ଆବଶ୍ୟକତା ପଡିବ। ଡିବିଆଇଏଲ ଏଥିପାଇଁ ଗ୍ରାହକଙ୍କୁ ଚିଠି ପଠାଇ, ଇମେଲ ଏବଂ ମେସେଜ ସେଣ୍ଡ କରି ଶାଖା ଗୁଡିକରେ ପରିବର୍ତ୍ତନ କରିବାକୁ ସୂଚିତ କରିଥିଲା।

୨୮ ଫେବୃୟାରୀ ୨୦୨୨ ପୂର୍ବରୁ ସମସ୍ତ ମହଜୁଦ ଥିବା ଚେକକୁ ନୂଆ ଚେକ ସହ ବଦଳାଇବାକୁ ହେବ। ଏହି ତାରିଖ ପରେ ପୁରୁଣା ଏମଆଇସିଆର କୋଡ ଥିବା ଚେକ ନିଆଯିବନାହିଁ।

ଆହୁରି ପଢ଼ନ୍ତୁ : ଫୋନ୍‌ ଲକ୍‌ କରି ଲୁଚାଇବା ଦରକାର ନାହିଁ, ଏପରି ଗୋପନ ରଖନ୍ତୁ ନିଜ WhatsApp ସିକ୍ରେଟ ଚାଟ୍‌

Pritiparna

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

5 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

34 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

53 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago