ଦେଶ ବିଦେଶ

କେବଳ ଅସ୍ତ୍ରରେ ନୁହେଁ ଏବେ ଭର୍ଚୁଆଲ ଓ୍ଵାର୍ଲ୍ଡରେ ବି ଯୁଦ୍ଧ ଆରମ୍ଭ, ରୁଷର ସାଇବର ସ୍ପେସ୍‌କୁ ଧ୍ୱଂସ କରିବାକୁ ୟୁକ୍ରେନ୍‌ ଗଢ଼ିଲା IT Army

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ ଅସ୍ତ୍ର ଶସ୍ତ୍ରରେ ରିୟଲ ଓ୍ଵାର୍ଲ୍ଡ ସହ ସାଇବର ଓ୍ଵାର୍ଲ୍ଡରେ ମଧ୍ୟ ଆରମ୍ଭ ହୋଇଛି। ରୁଷର ଡିଜିଟାଲ ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ୍‌ IT Army ଗଢ଼ିଛି। ଶନିବାର ଏନେଇ ୟୁକ୍ରେନ୍‌ର ଉପ-ପ୍ରଧାନମନ୍ତ୍ରୀ Mykhailo Fedorov ସୂଚନା ଦେଇଛନ୍ତି। ୟୁକ୍ରେନ୍‌ ସୂଚନା ଦେବା ଅବସରରେ କହିଛି, ତାଙ୍କ ହ୍ୟାକର୍ସ କ୍ରିଟିକାଲ ଇନ୍‌ଫ୍ରାଷ୍ଟ୍ରକଚରକୁ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି ଓ ରୁଷ ସେନା ବିରୋଧରେ ସାଇବର ସ୍ପାଇଂ ମିଶନରେ ସାମିଲ ହୋଇଛି।

ଆଇଟି ଆର୍ମି (IT Army) କ’ଣ?

Mykhailo Fedorov ନିଜ ଟ୍ଵିଟ୍‌ରେ ଲେଖିଛନ୍ତି, ଆମେ ଏକ ଆଇଟି ଆର୍ମି (IT Army) ବନାଉଛୁ। ଏଥିସହ ସେ ଏକ ଟେଲିଗ୍ରାମ୍‌ ଚ୍ୟାନେଲର ଲିଙ୍କ୍‌ ମଧ୍ୟ ସେୟାର କରିଛନ୍ତି। ସେଥିରେ ଅନେକ ରୁଷ ୱେବ୍‌ସାଇଟ୍‌ର ଲିଷ୍ଟ ରହିଛି। ସେ କହିଛନ୍ତି, ଏଠାରେ ସମସ୍ତଙ୍କ ପାଇଁ ଏକ ଟାସ୍କ ରହିବ। ଆମେ ସାଇବର ଫ୍ରଣ୍ଟରେ ବି ଲଢ଼େଇ ଜାରି ରଖିବୁ। ଏହି ଚ୍ୟାନେଲରେ ପ୍ରଥମ ଟାସ୍କ ସାଇବର ସ୍ପେଶାଲିଷ୍ଟଙ୍କ ପାଇଁ। Mykhailo Fedorov କହିଛନ୍ତି ଯେ ଏବେ ତାଙ୍କୁ ଡିଜିଟାଲ ଟ୍ୟାଲେଣ୍ଟର ଆବଶ୍ୟକତା ରହିଛି।

ଏହି ଟେଲିଗ୍ରାମ୍‌ ଚ୍ୟାନେଲ ଲିଷ୍ଟରେ ରୁଷର ୩୧ ପ୍ରମୁଖ ବିଜ୍‌ନେସ୍‌ ଓ ଷ୍ଟେଟ୍‌ ଅର୍ଗାନାଇଜେସନ୍‌ ୱେବ୍‌ସାଇଟ୍‌ ବି ରହିଛି। ତାଲିକାରେ Gazprom, ରୁଷର ଅନ୍ୟତମ ବଡ଼ ଅଏଲ କମ୍ପାନୀ Lukoil, ୩ଟି ବ୍ୟାଙ୍କ ଓ ଅନ୍ୟ ବଡ଼ ସରକାରୀ ୱେବ୍‌ସାଇଟ୍‌ ରହିଛି।

ସୂଚନାଯୋଗ୍ୟ ଯେ ଶନିବାର ଦିନ Kremlin ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଅଫିସର ୱେବ୍‌ ସାଇଟ୍‌ Kremlin.ru କୁ ଅଫଲାଇନ୍‌ କରି ଦିଆଯାଇଥିଲା।

WCW 11

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

2 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

10 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

28 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

30 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago