କେବଳ ଅସ୍ତ୍ରରେ ନୁହେଁ ଏବେ ଭର୍ଚୁଆଲ ଓ୍ଵାର୍ଲ୍ଡରେ ବି ଯୁଦ୍ଧ ଆରମ୍ଭ, ରୁଷର ସାଇବର ସ୍ପେସ୍କୁ ଧ୍ୱଂସ କରିବାକୁ ୟୁକ୍ରେନ୍ ଗଢ଼ିଲା IT Army

ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ଅସ୍ତ୍ର ଶସ୍ତ୍ରରେ ରିୟଲ ଓ୍ଵାର୍ଲ୍ଡ ସହ ସାଇବର ଓ୍ଵାର୍ଲ୍ଡରେ ମଧ୍ୟ ଆରମ୍ଭ ହୋଇଛି। ରୁଷର ଡିଜିଟାଲ ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ୍ IT Army ଗଢ଼ିଛି। ଶନିବାର ଏନେଇ ୟୁକ୍ରେନ୍ର ଉପ-ପ୍ରଧାନମନ୍ତ୍ରୀ Mykhailo Fedorov ସୂଚନା ଦେଇଛନ୍ତି। ୟୁକ୍ରେନ୍ ସୂଚନା ଦେବା ଅବସରରେ କହିଛି, ତାଙ୍କ ହ୍ୟାକର୍ସ କ୍ରିଟିକାଲ ଇନ୍ଫ୍ରାଷ୍ଟ୍ରକଚରକୁ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି ଓ ରୁଷ ସେନା ବିରୋଧରେ ସାଇବର ସ୍ପାଇଂ ମିଶନରେ ସାମିଲ ହୋଇଛି।
ଆଇଟି ଆର୍ମି (IT Army) କ’ଣ?
Mykhailo Fedorov ନିଜ ଟ୍ଵିଟ୍ରେ ଲେଖିଛନ୍ତି, ଆମେ ଏକ ଆଇଟି ଆର୍ମି (IT Army) ବନାଉଛୁ। ଏଥିସହ ସେ ଏକ ଟେଲିଗ୍ରାମ୍ ଚ୍ୟାନେଲର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି। ସେଥିରେ ଅନେକ ରୁଷ ୱେବ୍ସାଇଟ୍ର ଲିଷ୍ଟ ରହିଛି। ସେ କହିଛନ୍ତି, ଏଠାରେ ସମସ୍ତଙ୍କ ପାଇଁ ଏକ ଟାସ୍କ ରହିବ। ଆମେ ସାଇବର ଫ୍ରଣ୍ଟରେ ବି ଲଢ଼େଇ ଜାରି ରଖିବୁ। ଏହି ଚ୍ୟାନେଲରେ ପ୍ରଥମ ଟାସ୍କ ସାଇବର ସ୍ପେଶାଲିଷ୍ଟଙ୍କ ପାଇଁ। Mykhailo Fedorov କହିଛନ୍ତି ଯେ ଏବେ ତାଙ୍କୁ ଡିଜିଟାଲ ଟ୍ୟାଲେଣ୍ଟର ଆବଶ୍ୟକତା ରହିଛି।
We are creating an IT army. We need digital talents. All operational tasks will be given here: https://t.co/Ie4ESfxoSn. There will be tasks for everyone. We continue to fight on the cyber front. The first task is on the channel for cyber specialists.
— Mykhailo Fedorov (@FedorovMykhailo) February 26, 2022
ଏହି ଟେଲିଗ୍ରାମ୍ ଚ୍ୟାନେଲ ଲିଷ୍ଟରେ ରୁଷର ୩୧ ପ୍ରମୁଖ ବିଜ୍ନେସ୍ ଓ ଷ୍ଟେଟ୍ ଅର୍ଗାନାଇଜେସନ୍ ୱେବ୍ସାଇଟ୍ ବି ରହିଛି। ତାଲିକାରେ Gazprom, ରୁଷର ଅନ୍ୟତମ ବଡ଼ ଅଏଲ କମ୍ପାନୀ Lukoil, ୩ଟି ବ୍ୟାଙ୍କ ଓ ଅନ୍ୟ ବଡ଼ ସରକାରୀ ୱେବ୍ସାଇଟ୍ ରହିଛି।
ସୂଚନାଯୋଗ୍ୟ ଯେ ଶନିବାର ଦିନ Kremlin ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଅଫିସର ୱେବ୍ ସାଇଟ୍ Kremlin.ru କୁ ଅଫଲାଇନ୍ କରି ଦିଆଯାଇଥିଲା।