ମା’ ନା ରାକ୍ଷସୀ, ଦେଢବର୍ଷର ପିଲାକୁ ପିଟିପିଟି ବାହାରକୁ ଫିଙ୍ଗିଦେଲା ମା’: ଭିଡିଓ ଭାଇରଲ

ମା’ର ମମତା ନିଜ ଛୁଆ ପାଇଁ ସବୁବେଳେ ରହିଥାଏ। ନିଜ ପିଲାକୁ ତା’ ମା ବ୍ୟତୀତ ଅନ୍ୟ କେହି ବି ଭଲ ପାଇପାରନ୍ତି ନାହିଁ। ନିଜ ପିଲାପାଇଁ ମା’ ଦୁନିଆର ଯେକୌଣସି ଶକ୍ତି ସହିତ ଲଢିଯାଏ। କିନ୍ତୁ ଏବେ ଏମିତି ଏକ ଭିଡିଓ ମଧ୍ୟପ୍ରଦେଶ ଉଜୈନରୁ ଭାଇରଲ ହେଉଛି। ଭାଇରଲ ଭିଡିଓରେ ଜଣେ ମା’ ନିଜର ଦେଢବର୍ଷର ପିଲାକୁ ମାଡ ମାରୁଥିବା ଦେଖିବାକୁ ମିଳିଛି।

ଭାଇରଲ୍ ହେଉଥିବା ଭିଡିଓରେ ମାଆ ତାର ଛୁଆକୁ ନିର୍ଦ୍ଦୟ ଭାବରେ ମାଡ଼ ମାରୁଛି ଓ ଏହାପରେ ସେ ନିଜ ଛୁଆକୁ ବାହାରକୁ ଫିଙ୍ଗି ଦେଉଛି । ଏହି ମାମଲା ଉଜୈନର ବଡ଼ନଗର ତହସିଲର ହୋଇଥିବା କୁହାଯାଇଛି । ଭାଇରଲ୍ ହେବା ପରେ ଚାଇଲ୍ଡ ଲାଇନ୍ ଏହି ମାମଲାକୁ ଗୁରୁତର ଭାବରେ ନେଇଛି ।

ଖବର ମୁତାବକ, ଜାତୀୟ ଚାଇଲ୍ଡ ଲାଇନ୍ ଟୋଲ୍ ଫ୍ରୀ ନମ୍ବର ୧୦୯୮ରେ ଛୁଆକୁ ମାଡ଼ ମରାଯାଇଥିବା ସୂଚନା ମିଳିଥିଲା । ଏଥିରେ ଜାଣିବାକୁ ମିଳିଥିଲା ଯେ, ସେହି ଛୁଆର ମାଆ ପ୍ରତିଦିନ ଛୁଆଟିକୁ ନିର୍ଦ୍ଦୟ ଭାବେ ମାଡ଼ ମାରନ୍ତି । ଏହାପରେ ଯାଞ୍ଚ ପାଇଁ ଚାଇଲ୍ଡ୍ ଲାଇନ୍ ଫେବୃଆରୀ ୨୪ ତାରିଖରେ ପହଞ୍ଚିଥିଲେ । ପଡୋଶୀଙ୍କୁ ପଚରାଉଚରା କରିବା ପରେ ମାମଲା ସତ ବୋଲି ଜଣାପଡିଥିଲା। ତେବେ ଶିଶୁ ଉପରେ ମାଡ଼ ମରାଯାଉଥିବା ବେଳର ଭିଡିଓ ବି ସାମନାକୁ ଆସିଛି । ବର୍ତ୍ତମାନ ଅଭିଯୁକ୍ତ ମାଆ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।

Also Read : ଭାରତରେ ଜୁନ୍‌ରେ ଆସିବ କରୋନାର ଚତୁର୍ଥ ଲହରୀ, ସଂକ୍ରମଣର ଭୟାବହତାକୁ ନେଇ ଏକ୍ସପର୍ଟ ଦେଲେ ନୂଆ ଭବିଷ୍ୟବାଣୀ