ବାଇଡେନଙ୍କ ଉପରେ ଖୁବ ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଶକ୍ତିଶାଳୀ ରାଷ୍ଟ୍ରପତି ରହିଲେ ବିଶ୍ୱ ନିରାପଦ ରହେ

ଋଷିଆ ୟୁକ୍ରେନ ଯୁଦ୍ଧକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା । ଟ୍ରମ୍ପ କହିଛନ୍ତି କି ସେ ଏକବିଂଶ ଶତାବ୍ଦୀର ଏକମାତ୍ର ରାଷ୍ଟ୍ରପତି ଭାବରେ ଥିଲେ । ଯେତେବେଳେ ଆମେରକାର ଜଣେ ଶକ୍ତିଶାଳୀ ରାଷ୍ଟ୍ରପତି ଥିବେ ସେତେବେଳେ ବିଶ୍ୱ ଅଧିକ ସୁରକ୍ଷିତ ରହିବ । କିନ୍ତୁ ବୁଶଙ୍କ ଅଧୀନରେ ଋଷିଆ ଜର୍ଜିଆ ଉପରେ ଆକ୍ରମଣ କରିଥିଲା । ଓବାମାଙ୍କ ଅଧିନରେ ଋଷିଆ କ୍ରାଇମବ୍ରାଞ୍ଚକୁ ନେଇଥିଲା । ବିଡେନଙ୍କ ଅଧୀନରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ।

ଆମେରୀକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଉପରେ ଖୁବ ବର୍ଷିବା ସହ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ଓ ୟୁକ୍ରେନବାସୀଙ୍କ ପାଇଁ ସେ ପ୍ରର୍ଥନା କରୁଛନ୍ତି । ପ୍ଲୋରିଡାରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ମୁଁ ଏକବିଂଶ ଶତାବ୍ଦୀର ଏକମାତ୍ର ରାଷ୍ଟ୍ପପତି ଭାବରେ ଛିଡା ହୋଇଛି ଯେଉଁ ସମୟରେ ଋଷିଆ ଅନ୍ୟଦେଶ ଉପରେ ଆକ୍ରମଣ କରିନାହିଁ । ବିଡେନଙ୍କ ଅଧୀନରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଟ୍ପମ୍ପ କହିଛନ୍ତି କି ଆଫଗାନିସ୍ତାନରୁ ଦୁଖଦ ପ୍ରତ୍ୟାହାର ପରେ ପୁଟିନ ୟୁକ୍ରେନ ଉପରେ ନିର୍ଦ୍ଦୟ ଭାବରେ ଆକ୍ରମଣ କରିବାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଟ୍ରମ୍ପ ପୁଟିନଙ୍କୁ ପ୍ରଂଶସା କରିବା ସହ ତାଙ୍କୁ ପ୍ରତିଭା ଓ ସୁନ୍ଦର ଜ୍ଞାନୀ ବୋଲି ପ୍ରଂଶସା କରିଥିଲେ । ୟୁକ୍ରେନକୁ ନେଇ ଟ୍ରମ୍ପ କହିଛନ୍ତି କି ୟୁକ୍ରେନ ବାସୀଙ୍କ ପ୍ରତି ସେ ସହାନୁଭୂତି ଦେଖାଇବା ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ମଧ୍ୟ ପ୍ରପଶଂସା କରିଛନ୍ତି । ସେ କହିଛନ୍ତି ଯଦି ମୁଁ ରାଷ୍ଟ୍ରପତି ଥାଆନ୍ତି ତେବେ ଏ ଭୟାନକ ବିପଦ ଆସିନଥାନ୍ତା ।

ଟ୍ରମ୍ପଙ୍କର କହିବା କଥା କି ଆମର ନେତାମାନେ ମୃକ । ତେଣୁ ମୂକ ପୁଟିନଙ୍କ ଅତୀତର ପ୍ରଶଂସା ବିଷୟରେ ଟ୍ରମ୍ପ କହିଛନ୍ତି ଯେ ଆମେରୀକାରେ ଶକ୍ତିଶାଳୀ ରାଷ୍ଟ୍ରପତି ଥିବାବେଳେ ବିଶ୍ୱ ସର୍ବଦା ନିରାପଦ ଥାଏ । ଜଣେ ଦୁର୍ବଳ ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.