ପୁରୀ : ଆଜିଠାରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସର ଶିଶୁ ମାନଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ପୁରୀ (କେନ୍ୟୁଜ):ଜିଲ୍ଲାରେ ଆଜିଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆଜି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତ ବର୍ଷ ଏହି ଅଭିଯାନରେ ଜିଲ୍ଲାର ୧,୮୫,୯୦୧ ଜଣ ଶିଶୁଙ୍କୁ ବୁନ୍ଦା ଦିଆଯିବ । ଟିକାଦାତା ମାନେ ୩,୬୮,୮୦୫ ଘର ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ । ସହରାଞ୍ଚଳରେ ୫୫,୧୦୦ ଓ ଗ୍ରାମାଞ୍ଚଳରେ ୧,୩୦,୮୦୧ ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।

ଏଥିପାଇଁ ୭୬୬ଟି ବୁଥ ପ୍ରସ୍ତୁତ ରହିଛି । ସେହିଭଳି ଉକ୍ତ ଦିନ ଗୁଡିକରେ ଜିଲ୍ଲା ବାହାରୁ ଆସୁଥିବା ଶିଶୁ ମାନଙ୍କୁ ବୁନ୍ଦା ଦେବା ନିମନ୍ତେ ଶ୍ରୀମନ୍ଦିର ନିକଟସ୍ଥ,ବସଷ୍ଟାଣ୍ତ, ଷ୍ଟେସନ, ଶ୍ରୀମନ୍ଦିର ଓ ଅନ୍ୟ ଜନଗହଳି ଭଳି ୫୬ଟି ସ୍ଥାନ ଚିହ୍ନଟ କରାଯାଇଛି । ଏଥିସହ ୨୪ ଟି ଭ୍ରାମ୍ୟମାଣ ଦଳ ସାମିଲ ରହିବେ । ଏହି ଅଭିଯାନରେ ୩,୦୬୪ ଜଣ ବୁନ୍ଦା ପ୍ରଦାନକାରୀ ଓ ୧୬୨ ଜଣ ସୁପରଭାଇଜରଙ୍କ ସମେତ ୩୩୮୬ ବ୍ୟକ୍ତି ଓ ଅଙ୍ଗନୱାଡି କର୍ମୀ ସାମିଲ ରହିବେ । କୋଭିଡ କଟକଣା ମଧ୍ୟରେ ଏହି ଅଭିଯାନ ଜାରି ରହିବ ଏବଂ ପ୍ରତ୍ୟେକ ବୁଥରେ ଏକଥରରେ ୫ ଜଣଙ୍କୁ ପ୍ରବେଶାନୁମତି ଦିଆଯିବ ।

 

Leave A Reply

Your email address will not be published.